ଚେନ୍ନାଇ:କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ସୋମବାର ଠାରୁ ଚେନ୍ନାଇର ଏମ. ଏ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ 2ୟ ଟେଷ୍ଟ ପାଇଁ ସୋମବାରଠାରୁ ମିଳିବ ଟିକେଟ । ତେବେ କେବଳ ଅନଲାଇନରେ ହିଁ ଟିକେଟ ଉପଲବ୍ଧ ହେବ ବୋଲି ତାମିଲନାଡୁ କ୍ରିକେଟ ଆସୋସିଏସନ ପକ୍ଷରୁ ଟ୍ବିଟ ଯୋଗେ ଘୋଷଣା କରାଯାଇଛି । ସୋମବାର ସକାଳ 10.00 ପରଠାରୁ ଦର୍ଶକମାନେ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଟିକେଟ ବୁକ୍ କରିପାରିବେ ।
ତେବେ ଷ୍ଟାଡିୟମରେ ଦର୍ଶକ କ୍ଷମତାର 50 ପ୍ରତିଶତ ଦର୍ଶକଙ୍କୁ ହିଁ ଅନୁମତି ମିଳିଛି ।