ଓଡିଶା

odisha

ETV Bharat / sports

ଦ୍ବିତୀୟ ଟି20 ରେ ଭାରତ ସାମ୍ନାରେ ଟାର୍ଗେଟ 165

ଦ୍ବିତୀୟ ଟି20ରେ ଇଂଲଣ୍ଡକୁ 164/6ରେ ରୋକିଲେ ଭାରତୀୟ ବୋଲର । ଅଧିକ ପଢନ୍ତୁ...

Ind vs Eng, 2nd T20I: Perfect execution at death restricts visitors to 164/6
ଦ୍ବିତୀୟ ଟି20ରେ ଭାରତ ସାମ୍ନାରେ ଟାର୍ଗେଟ 165

By

Published : Mar 14, 2021, 9:13 PM IST

Updated : Mar 14, 2021, 9:27 PM IST

ଅହମ୍ମଦାବାଦ:ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି20ରେ ଭାରତ ସାମ୍ନାରେ 165 ରନର ବିଜୟ ଲକ୍ଷ୍ୟ ରହିଛି । ନିର୍ଦ୍ଧାରିତ 20 ଓଭରରେ 164/6ରେ ଇଂଲଣ୍ଡକୁ ରୋକିଲେ ଭାରତୀୟ ବୋଲର ।

15 ଓଭର ସୁଦ୍ଧା 129 ରନ ସହ ଦୃଢ ସ୍ଥିତିରେ ରହିଥିଲା ଇଂଲଣ୍ଡ । ଫଳରେ ଭାରତକୁ ଏକ ବଡ ଟାର୍ଗେଟ ମିଳିବ ବୋଲି ଆଶା କରାଯାଉଥିଲା । ମାତ୍ର ଭୁବନେଶ୍ବର କୁମାର, ଶାର୍ଦ୍ଦୁଳ ଠାକୁର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମାପଚୁପ ବୋଲିଂ ଯୋଗୁଁ ଏହା ସମ୍ଭବ ହୋଇନଥିଲା । ଶେଷ କିଛି ଓଭରରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ବଡ ସଟ୍‌ ଖେଳିବାର ସୁଯୋଗ ଦେଇନଥିଲେ ଭାରତୀୟ ବୋଲର । ଶେଷ 5 ଓଭରରେ ମାତ୍ର 35 ରନ ବ୍ୟୟ କରିଥିଲେ ।

ଜସ୍‌ ବଟଲରଙ୍କ ୱିକେଟ ଶୀଘ୍ର ମିଳିବା ପରେ ଦ୍ବିତୀୟ ୱିକେଟ ଯୋଡିରେ ଜେସନ ରୟ ଓ ଡେଭିଡ ମଲାନଙ୍କ ମଧ୍ୟରେ 63 ରନର ଭାଗିଦାରୀ ହୋଇଥିଲା । ତେବେ ରୟ 35 ବଲରୁ 46 ଓ ମଲାନ 23 ବଲରୁ 24 ରନ କରିପାରିଥିଲେ । ପରେ ବେୟାରଷ୍ଟୋ 15 ବଲରୁ ଦ୍ରୁତ 20 ରନ କରିଥିଲେ । କ୍ୟାପଟେନ ବେନ ଷ୍ଟୋକ୍ସ 20 ବଲରୁ 28 ଓ ଷ୍ଟୋକ୍ସ 21 ବଲରୁ 24 ରନ କରିଥିଲେ ।

ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର 2/29 ଓ ୱାସିଂଟନ ସୁନ୍ଦର 2/29 ୱିକେଟ ଅକ୍ତିଆର କରିଥିଲେ । ଭୁବନେଶ୍ବର କୁମାର 28 ରନ ବ୍ୟୟରେ ଗୋଟିଏ ଚହଲ 34 ରନ ବ୍ୟୟରେ ଗୋଟିଏ ୱିକେଟ ହାତେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 14, 2021, 9:27 PM IST

ABOUT THE AUTHOR

...view details