ପୁନେ:ଭାରତ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚରେ 6 ୱିକେଟରେ ଜିତିନେଇଛି ଇଂଲଣ୍ଡ । 337 ରନର ବିଜୟ ଲକ୍ଷ୍ୟକୁ 43. 3 ଓଭରରେ 4 ୱିକେଟ ହରାଇ ହାସଲ କରିନେଇଛି ଭ୍ରମଣକାରୀ ଦଳ । ଫଳରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ 1-1ରେ ବରାବର ହୋଇଛି ।
ଓପନର ଜନ୍ନି ବେୟାରଷ୍ଟୋଙ୍କ 112 ବଲ୍ରୁ 11 ଚୌକା ଓ 7ଟି ଛକା ସହାୟତାରେ 124 ରନର ମାରାଥନ ଶତକୀୟ ଇଂନିସ ଓ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏକତରଫା ବିଜୟ ହାସଲ କରିଛି ଇଂଲଣ୍ଡ । ଷ୍ଟୋକ୍ସ ଓ ବେୟାରଷ୍ଟୋ ପ୍ରାୟ ସମସ୍ତ ବେଲାରଙ୍କୁ ମହଙ୍ଗା ସାବ୍ୟସ୍ତ କରିଥିଲେ । 52 ବଲ୍ରୁ 4 ଚୌକା ଓ 10 ଛକା ସହାୟତାରେ 99 ରନର ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ ଷ୍ଟୋକ୍ସ । ଅନ୍ୟତମ ଓପନର ଜେସନ ରୟ ମଧ୍ୟ 55 ରନ୍ର ଉପଯୋଗୀ ଇଂନିସ ଖେଳିଥିଲେ ।