ଚେନ୍ନାଇ: ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି । ଆଜି ଖେଳର 2ୟ ଦିନ । 2ୟ ଦିନର ଲଞ୍ଚ ବ୍ରେକ ସୁଦ୍ଧା ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଦମଦାର ପ୍ରଦର୍ଶନ କରିଛନ୍ତି । ଭ୍ରମଣକାରୀ ଦଳ 3 ଓ୍ବିକେଟ ହରାଇ 355ରନ୍ ସଂଗ୍ରହ କରିଛନ୍ତି । ଆଜିର ଏହି ବ୍ରେକ ସୁଦ୍ଧା ଇଂଲଣ୍ଡ ଦଳ କୌଣସି ଓ୍ବିକେଟ ହରାଇ ନାହିଁ ।
ଚେନ୍ନାଇ ଟେଷ୍ଟ, ଦ୍ବିତୀୟ ଦିନ: ଲଞ୍ଚ ବ୍ରେକ ସୁଦ୍ଧା ଇଂଲଣ୍ଡ 355/3 - ind vs eng 1st test match lunch report
ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ପ୍ରଥମ ଟେଷ୍ଟ ମ୍ୟାଚର 2ୟ ଦିନର ଖେଳ ଜାରି । 2ୟ ଦିନର ଲଞ୍ଚ ବ୍ରେକ ସୁଦ୍ଧା 3 ଓ୍ବିକେଟ ହରାଇ 355ରନ୍ ସଂଗ୍ରହ କରିଛି ଭ୍ରମଣକାରୀ ଦଳ ।
ଚେନ୍ନାଇ ଟେଷ୍ଟ, 2ୟ ଦିନ: ଲଞ୍ଚ ବ୍ରେକ ସୁଦ୍ଧା ଇଂଲଣ୍ଡ 355/3
ଅଧିନାୟକ ଜୋ ରୁଟ୍ (156ରନ୍,277ବଲ୍, 16ଚୌକା,1 ଛକା) ଓ ବେନ୍ ଷ୍ଟୋକ୍ସ (63ରନ୍,98ବଲ୍,9 ଚୌକା, 2ଛକା) ବର୍ତ୍ତମାନ କ୍ରିଜରେ ରହିଛନ୍ତି ।
ସୂଚନାଥାଉକି, ପ୍ରଥମ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା କ୍ୟାପଟେନ ରୁଟ୍ଙ୍କ ଅପରାଜିତ ଶତକୀୟ ଇଂନିସ ବଳରେ ଇଂଲଣ୍ଡ 3 ୱିକେଟ ହରାଇ 263 ରନ ସଂଗ୍ରହ କରିଥିଲା।