ଓଡିଶା

odisha

'ପାୱାର ପାଣ୍ଡ୍ୟା ସୁପରଷ୍ଟାର, ଟେଷ୍ଟ ଟିମରେ ସାମିଲ ଆବଶ୍ୟକ'

By

Published : Dec 8, 2020, 10:00 PM IST

ଟିମ ଇଣ୍ଡିଆ ଅଲରାଉଣ୍ଡର ପାଣ୍ଡ୍ୟାଙ୍କୁ ସୁପରଷ୍ଟାର କହିଲେ ସେନ ୱାର୍ଣ୍ଣ । ଅଧିକ ପଢନ୍ତୁ...

Ind vs Aus: Warne calls for 'superstar' Pandya's inclusion in Test squad
'ପାୱର ପାଣ୍ଡ୍ୟା ସୁପରଷ୍ଟାର, ଟେଷ୍ଟ ଟିମରେ ସାମିଲ ଆବଶ୍ୟକ'

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାନ ମିଳିବା ଉଚିତ । କାରଣ ପାଣ୍ଡ୍ୟାଙ୍କ ପାଖରେ ସାଥୀ ଖେଳାଳିଙ୍କୁ ଉତ୍ସାହିତ କରିବାର ଅଦ୍ଭୁତ କୌଶଳ ରହିଛି । ଏହା କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ତଥା କିମ୍ବଦନ୍ତୀ କ୍ରିକେଟର ସେନ ୱାର୍ଣ୍ଣ ।

ସିଡନିରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜର ଦ୍ବିତୀୟ ମ୍ୟାଚରେ ପାଣ୍ଡ୍ୟା 22 ବଲରୁ ଅପରାଜିତ 42 ରନର ଧୂଆଁଧାର ଇଂନିସ ଖେଳିଥିଲେ । ଫଳରେ ଟି-20 ସିରିଜ ବିଜୟୀ ହୋଇଥିଲା ଟିମ ଇଣ୍ଡିଆ । ତେବେ ତୃତୀୟ ଟି-20ରେ ନିରାଶ କରିଥିଲେ ।

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ 4 ମ୍ୟାଚ ବିଶିଷ୍ଟ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଖେଳାଯିବ । ଏହି ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାମିଲ କରିବା ଉଚିତ ବୋଲି କହିଛନ୍ତି ୱାର୍ଣ୍ଣ । ପ୍ରଥମ ଟେଷ୍ଟ ଡିସେମ୍ବର 17ରୁ ଆରମ୍ଭ ହେବ । ପ୍ରଥମ ଟେଷ୍ଟ ଦିବାରାତ୍ର ଟେଷ୍ଟ ହେବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details