ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନ (ଗାବା)ରେ ଖେଳାଯିବାକୁଥିବା 4ର୍ଥ ଟେଷ୍ଟର ଭାଗ୍ୟ ଅନିଶ୍ଚିନ୍ତତା ମଧ୍ୟରେ ରହିଛି । ଏପରି ଗୁଜବ ନେଇ ଶୁକ୍ରବାର ସ୍ପଷ୍ଟ କରିଛି କୁଇନ୍ସଲ୍ୟାଣ୍ଡ ସ୍ବାସ୍ଥ୍ୟ ବିଭାଗ । ଉଭୟ ଅଷ୍ଟ୍ରେଲିଆ ଓ ଭାରତୀୟ ଟିମ କୋରୋନା ହଟସ୍ପଟ ଘୋଷଣା ହୋଇଥିବା -ସିଡନି ରୁ ଆସୁଥିବାରୁ ବ୍ରିସବେନରେ କଡା କ୍ବାରେଣ୍ଟିନ ନିୟମର ପାଳନ କରିବାକୁ ହେବ ବୋଲି ସ୍ପଷ୍ଟ କରିଛି।
ବର୍ତ୍ତମାନ ଅଷ୍ଟ୍ରେଲିଆ ଓ ଭାରତୀୟ ଟିମ ମଧ୍ୟରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ 4 ମ୍ୟାଚ ବିଶିଷ୍ଟ ବର୍ଡର ଗାଭାସ୍କର ଟ୍ରଫି ସିରିଜର ତୃତୀୟ ଟେଷ୍ଟ ଖେଳୁଛନ୍ତି । ସିଡନୀରେ କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିହେବା ଫଳରେ ସିଡନୀରୁ ଆସୁଥିବା କିମ୍ବା ସିଡନୀ ଯାଉଥିବା ସମସ୍ତ ଲୋକଙ୍କ ପାଇଁ ଯାତ୍ରା ଜନିତ କଟକଣା ଲାଗୁ ହୋଇଛି ।