ନୂଆଦିଲ୍ଲୀ: ଆଡିଲେଡ ଟେଷ୍ଟରେ ପରାଜୟ ପରେ ଦ୍ବିତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା । ଦ୍ରୁତ ବୋଲର ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଅବଶିଷ୍ଟ ମ୍ୟାଚରୁ ଆହତ କାରଣରୁ ବାଦ ପଡିଛନ୍ତି ।
ଦ୍ବିତୀୟ ଇଂନିସରେ ବ୍ୟାଟିଂବେଳେ ପାଟ କମିନ୍ସଙ୍କ ଏକ ବାଉନ୍ସରକୁ ଖେଳିଥିଲେ ସାମି । ତେବେ ବଲ୍ ସିଧା ସାମିଙ୍କ ଡାହାଣ ହାତରେ ଲାଗିଥିଲା । ପରେ ସେ ବ୍ୟାଟିଂ କରିବାକୁ ଅସମର୍ଥ ହେବା ସହ ରିଟାର୍ଡ ହର୍ଟ ହୋଇ ପାଭିଲିୟନ ଫେରିଥିଲେ ।
ଏହାପରେ ଅଧିକ ଯନ୍ତ୍ରଣା ହେବାରୁ ସ୍କାନ କରାଯାଇଥିଲା । ପରେ ହାଡ ଭାଙ୍ଗିଯାଇଥିବା ଜଣାପଡିଛି ।