ସିଡନୀ:ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳର ପିଛା ଛାଡୁନି ଆହତ ସମସ୍ୟା । ଶନିବାର ସିନିୟର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବ୍ୟାଟିଂ କରୁଥିବା ସମୟରେ ବାମହାତର ଆଙ୍ଗୁଠିରେ ଆଘାତ ଓ ପରେ ସ୍କାନରେ ଆଙ୍ଗୁଠି ଭାଙ୍ଗିଥିବା ଜଣାପଡିଛି । ଫଳରେ ବ୍ରିସବେନରେ ଜାନୁଆରୀ 15ରୁ ଖେଳାଯିବାକୁ ଥିବା ସିରିଜର ଶେଷ ଟେଷ୍ଟରୁ ବାଦ ପଡିପାରନ୍ତି ଜାଡେଜା ।
ତେବେ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ନେଇ କିଛି ଆଶ୍ବସ୍ଥିକର ଖବର ମିଳିଛି । ପନ୍ତଙ୍କ କହୁଣୀରେ ଲାଗିଥିବା ଆଘାତ ଅଧିକ ଚିନ୍ତାଜନକ ନଥିବା ଜଣାପଡିଛି । ଫଳରେ ସମ୍ଭବତଃ ଦ୍ବିତୀୟ ଇଂନିସରେ ବ୍ୟାଟିଂବେଳେ ଫେରିପାରନ୍ତି ପନ୍ତ ।