ଓଡିଶା

odisha

ETV Bharat / sports

ଭାରତ ବନାମ ଅଷ୍ଟ୍ରେଲିଆ: ଆହତ ୱାର୍ଣ୍ଣର, ବିକଳ୍ପ ଓପନର ସନ୍ଧାନରେ କଙ୍ଗାରୁ କ୍ୟାମ୍ପ୍

ୱାର୍ଣ୍ଣରଙ୍କ ସ୍ଥାନରେ ବିକଳ୍ପ ଓପନର ଭାବେ ଏକାଧିକ ଖେଳାଳି ରହିଥିବା ସଙ୍କେତ ଦେଇଛନ୍ତି ଫିଞ୍ଚ । ଅଧିକ ପଢନ୍ତୁ...

ଆହତ ୱାର୍ଣ୍ଣର, ବିକଳ୍ପ ଓପନର ସନ୍ଧାନରେ କଙ୍ଗାରୁ କ୍ୟାମ୍ପ୍
ଆହତ ୱାର୍ଣ୍ଣର, ବିକଳ୍ପ ଓପନର ସନ୍ଧାନରେ କଙ୍ଗାରୁ କ୍ୟାମ୍ପ୍

By

Published : Dec 1, 2020, 4:20 PM IST

ସିଡନି: ଆହତ ଅଷ୍ଟ୍ରେଲୀୟ ଓପନର ଡେଭିଡ ୱାର୍ଣ୍ଣରଙ୍କ ସ୍ଥାନରେ କିଏ ସ୍ଥାନ ପାଇବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଭାରତ ବିପକ୍ଷ ଦ୍ବିତୀୟ ଦିନିକିଆରେ ଫିଲ୍ଡିଂ ସମୟରେ ଆହତ ହୋଇଥିଲେ ୱାର୍ଣ୍ଣର । ପରେ ୱାର୍ଣ୍ଣରଙ୍କ ଆହତ ଗମ୍ଭୀର ଓ ସେ ତୃତୀୟ ତଥା ଶେଷ ଦିନିକିଆ ଓ ଟି-20 ଟିମରୁ ବାଦ ପଡିଥିବା ସ୍ପଷ୍ଟ କରିଛନ୍ତି କ୍ୟାପଟେନ ଆରୋନ ଫିଞ୍ଚ ।

ତେବେ ୱାର୍ଣ୍ଣରଙ୍କ ସ୍ଥାନରେ ବିକଳ୍ପ ଓପନର ଭାବେ ଏକାଧିକ ଖେଳାଳି ରହିଥିବା ସଙ୍କେତ ଦେଇଛନ୍ତି ଫିଞ୍ଚ । ୱିକେଟ କିପର ବ୍ୟାଟ୍ସମ୍ୟାନ ଆଲେକ୍ସ କ୍ୟାରୀ, ମାର୍ନସ ଲାବୁସାନ ଓ ମାଥ୍ୟୁ ୱେଡ୍ ଏହି ସମ୍ଭାବ୍ୟ ତାଲିକାରେ ରହିଛନ୍ତି ।

"ୱାର୍ଣ୍ଣର ଟିମର ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି, ସୀମିତ ଓଭର କ୍ରିକେଟରେ ତାଙ୍କର ଉପସ୍ଥିତି ସର୍ବଦା ଟିମକୁ ଶକ୍ତିଶାଳୀ କରିଥାଏ । ହ୍ବାଇଟବଲ କ୍ରିକେଟରେ ୱାର୍ଣ୍ଣର ଅନ୍ୟତମ ସର୍ବକାଳୀନ ଶେଷ୍ଠ ଖେଳାଳି" ବୋଲି କହିଛନ୍ତି ଫିଞ୍ଚ । ତାଙ୍କ ଅନୁପସ୍ଥିତିରେ ଟିମ ସାମାନ୍ୟ ଦୁର୍ବଳ ହେବ ମାତ୍ର ଦକ୍ଷ ବିକଳ୍ପ ଖେଳାଳିଙ୍କୁ ଭରଣା ପାଇଁ ସୁଯୋଗ ମିଳିବ ।

ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆରେ ଭାରତକୁ 51 ରନରେ ହରାଇବା ସହ 3ଟିକିଆ ଦିନିକିଆ ସିରିଜକୁ 2-0ରେ ଆଗୁଆ ଜିତିନେଇଛି ।

ଏଥିସହ, ଟି-20 ସିରିଜ ପାଇଁ ବ୍ୟାଟ୍ସମ୍ୟାନ ଡି' ଆର୍କି ସର୍ଟଙ୍କୁ ୱାର୍ଣ୍ଣରଙ୍କ ସ୍ଥାନରେ ଟିମରେ ସାମିଲ କରିଛି ଅଷ୍ଟ୍ରେଲିଆ । ସର୍ଟ, ଫେବୃଆରୀ 2019ରେ ଶେଷ ଟି-20 ମ୍ୟାଚ ଖେଳିଥିଲେ । ସର୍ଟ, 2017-18, ଓ 2018-19 ସଂସ୍କରଣର ବିଗ ବାସ ଲିଗରେ ସର୍ବାଧିକ ରନ ହାସଲକାରୀ ବ୍ୟାଟ୍ସମ୍ୟାନ ରହିଥିଲେ । ବାମହାତୀ ପାୱର ହିଟର ଓପନର ହୋଇଥିବାରୁ ସର୍ଟଙ୍କୁ ୱାର୍ଣ୍ଣରଙ୍କ ବିକଳ୍ପ ଭାବେ ଚୟନ କରିଛି କ୍ରିକେଟ ଅଷ୍ଟ୍ରେଲିଆ । ଅନ୍ୟପଟେ, ଭାରତ ବିପକ୍ଷ ଅବଶିଷ୍ଟ ସୀମିତ ଓଭର ସିରିଜରୁ ଦ୍ରୁତ ବୋଲର ପାଟ କମିନ୍ସଙ୍କୁ ଅଷ୍ଟ୍ରେଲିଆ ବିଶ୍ରାମ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details