ଓଡିଶା

odisha

ETV Bharat / sports

ଭାରତ ବନାମ ଅଷ୍ଟ୍ରେଲିଆ: ଆଜି ବେଙ୍ଗାଲୁରୁରେ ନିର୍ଣ୍ଣାୟକ ଲଢେଇ - ବେଙ୍ଗାଲୁରୁରେ ଭାରତ -ଅଷ୍ଟ୍ରେଲିଆ ଲଢେଇ

ଆଜି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ଫଳରେ 3 ମ୍ୟାଚ ବିଶିଷ୍ଟ ସିରିଜ 1-1ରେ ବରାବର ରହିଛି । ଆଜିର ମ୍ୟାଚକୁ ଜିତି ସିରିଜ ବିଜୟ ଲକ୍ଷ୍ୟରେ ରହିଛନ୍ତି ଉଭୟ ଭାରତ ଓ ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ...

IND vs AUS, 3rd ODI
ଭାରତ ବନାମ ଅଷ୍ଟ୍ରେଲିଆ

By

Published : Jan 19, 2020, 8:59 AM IST

ବେଙ୍ଗାଲୁରୁ: ଆଜି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ଫଳରେ 3 ମ୍ୟାଚ ବିଶିଷ୍ଟ ସିରିଜ 1-1ରେ ବରାବର ରହିଛି । ଆଜିର ମ୍ୟାଚକୁ ଜିତି ସିରିଜ ବିଜୟ ଲକ୍ଷ୍ୟରେ ରହିଛନ୍ତି ଉଭୟ ଭାରତ ଓ ଅଷ୍ଟ୍ରେଲିଆ ।

ଆରୋନ ଫିଞ୍ଚ-ବିରାଟ କୋହଲି

ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ କ୍ୟାପଟେନ ବିରାଟ କୋହଲିଙ୍କ ହୋମ ଗ୍ରାଉଣ୍ଡ । ଏହି ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳର ବିଜୟ ରେକର୍ଡ ଭଲ ରହିଛି । ଉଭୟ ଦଳ ଏଠାରେ 7ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ଭାରତୀୟ ଦଳ 4ଟିମ୍ୟାଚରେ ବାଜିମାତ କରିଛି । 2ଟିରେ କଙ୍ଗାରୁ ଦଳ ବିଜୟୀ ହୋଇଛି । ପ୍ରଥମ 2ଟି ମ୍ୟାଚ ଭଳି ବେଙ୍ଗାଲୁରୁରେ ମଧ୍ୟ ରନ ବର୍ଷା ହେବାର ଆଶା କରାଯାଉଛି । ଚିନ୍ନାସ୍ବାମୀ ଷ୍ଟାଡିୟମ ଏକାଧିକ ଭାରତୀୟ ଖେଳାଳିଙ୍କ ଲକି ଗ୍ରାଉଣ୍ଡ । ତେବେ କ୍ୟାପଟେନ କୋହଲିଙ୍କ ଏହା ହୋମ ଗ୍ରାଉଣ୍ଡ ହୋଇଥିଲେ ସୁଦ୍ଧା, ବ୍ୟାଟିଂ ହାର ମାତ୍ର 12.6 ରହିଛି । ଯାହାକି ଦେଶର ଅନ୍ୟ ଷ୍ଟାଡିୟମରେ ରନସଂଗ୍ରହ ହାର ତୁଳନାରେ ସର୍ବନିମ୍ନ । ତେବେ ନିର୍ଣ୍ଣାୟକ ମ୍ୟାଚରେ କ୍ୟାପଟେନ କୋହଲିଙ୍କ ରେକର୍ଡ ଦମଦାର ରହିଛି । ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି, ଲୋକେଶ ରାହୁଲ ଶ୍ରେୟସ ଆୟରଙ୍କୁ ନେଇ ଭାରତୀୟ ବ୍ୟାଟିଂକ୍ରମ ଶକ୍ତିଶାଳୀ ରହିଛି । ତେବେ ଷ୍ଟାର ବୋଲର ଫର୍ମକୁ ଫେରିବା ନେଇ ସମସ୍ତଙ୍କ ଆଶା ରହିଛି ।

ଭାରତୀୟ ଟିମ
ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟକ୍ରମ ବ୍ୟାଟିଂରେ ପରିବର୍ତ୍ତନ କରିବା ନେଇ ସମ୍ଭାବନା ରହିଛି । ବୋଲିଂରେ ମଧ୍ୟ ପାଟ କମିନ୍ସ, ମିଚେଲ, ଷ୍ଟାର୍କଙ୍କ ଉପରେ ନିର୍ଭର କରିବ ଦଳ । ଲେଗ ସ୍ପିନର ଆଡାମ ଜାମ୍ପା ଦମଦାର ଫର୍ମରେ ରହିଛନ୍ତି । ବେଙ୍ଗାଲୁରୁରେ ମଧ୍ୟ ଜାମ୍ପାଙ୍କ ପ୍ରଭାବି ପ୍ରଦର୍ଶନ ନେଇ ଆଶାବାଦୀ ରହିଛି ଅଷ୍ଟ୍ରେଲିଆ । ନିର୍ଣ୍ଣାୟକ ଲଢେଇ ହୋଇଥିବାରୁ ଉଭୟ ଦଳ ମଧ୍ୟରେ କଡା ମୁକାବିଲା ହେବାନେଇ ଆଶାକରାଯାଉଛି ।
ଅଷ୍ଟ୍ରେଲିଆ ଟିମ

ଭାରତୀୟ ଦଳ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ଋଷଭ ପନ୍ତ(ୱିକେଟ କିପର), ଶ୍ରେୟସ ଆୟର, ମନୀଷ ପାଣ୍ଡେ, କେଦାର ଯାଦବ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଶାର୍ଦ୍ଦୁଳ ଠାକୁର, ନବଦୀବ ସାଇନି, ଜଶପ୍ରୀତ ବୁମରା, ମହମ୍ମଦ ସାମି।

ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ(କ୍ୟାପଟେନ), ଷ୍ଟିଭ ସ୍ମିଥ, ଡେଭିଡ ୱାର୍ଣ୍ଣର, ଆଷ୍ଟର ଆଗର, ଆଲେକ୍ସ କେରୀ(ୱିକେଟ କିପର), ପିଟର ହାଣ୍ଡସକମ୍ବ, ମାର୍ନସ ଲବୁସାନ, କେଲ ରିଚାର୍ଡସନ, ଡାର୍କି ସଟ, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ଣ୍ଣର, ଆଡାମ ଜାମ୍ପା, ପାଟ କମିନ୍ସ, ଜୋଶ ହେଜେଲଉଡ।

ABOUT THE AUTHOR

...view details