ଓଡିଶା

odisha

ETV Bharat / sports

IND vs AUS: ଗତବର୍ଷ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ଟିମ ଇଣ୍ଡିଆ - ଦିନିକିଆ ସିରିଜ

2019ରେ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସି ଦୁଇ ମ୍ୟାଚ ବିଶିଷ୍ଟ ଟି-20 ସିରିଜକୁ 2-0 ଓ 5 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ 3-2ରେ କବଜା କରଥିଲା । ପୁଣିଥରେ ଚଳିତ ବର୍ଷ ଆରମ୍ଭରୁ ଭାରତ ଗସ୍ତରେ ଆସିଛି କଙ୍ଗାରୁ ଦଳ । ଫଳରେ ଗତ ବର୍ଷ ମିଳିଥିବା ପରାଜୟର ବଦଲା ନେବାକୁ ତୟାର ହୋଇ ବସିଛି ଟିମ ଇଣ୍ଡିଆ ।

ind-vs-aus-1st-odi-preview
IND vs AUS: ଗତବର୍ଷ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ଟିମ ଇଣ୍ଡିଆ

By

Published : Jan 14, 2020, 12:00 AM IST

ମୁମ୍ବାଇ: ବିଜୟରୁ ଆରମ୍ଭ ହୋଇସାରିଛି 2020ର ଯାତ୍ରା । କିନ୍ତୁ ପରାଜୟରୁ ଆରମ୍ଭ ହୋଇଥିଲା 2019 । ଗତବର୍ଷ ପରାଜୟର କାରଣ ଥିଲା ଅତିଥି ଅଷ୍ଟ୍ରେଲିଆ । ଆଉ ପୁଣି ଏବେ ସମାନ ବିରୋଧୀ । ତେଣୁ 2019 ପରାଜୟର ପ୍ରତିଶୋଧ 2020ରେ ନେବା ଲକ୍ଷ୍ୟରେ ଟିମ ଇଣ୍ଡିଆ ।

ଉଲ୍ଲେଖଥାଉ କି, 2019ରେ ଅଷ୍ଟ୍ରେଲିଆର ଭାରତ ଗସ୍ତରେ ଖେଳାଯାଇଥିବା ଦୁଇ ମ୍ୟାଚ ବିଶିଷ୍ଟ ଟି-20 ସିରିଜକୁ 2-0 ଓ 5 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ 3-2ରେ କବଜା କରଥିଲା ଭ୍ରମଣକାରୀ କଙ୍ଗାରୁ ଦଳ । ତେଣୁ 2019 ଦିନିକିଆ ବିଶ୍ବକପ ପୂର୍ବରୁ ଭାରତୀୟ ଦଳ ଉପରେ ଉଠିଥିଲା ପ୍ରଶ୍ନବାଚୀ । ତେବେ ପୁଣିଥରେ ଚଳିତ ବର୍ଷ ଆରମ୍ଭରୁ ଭାରତ ଗସ୍ତରେ ଆସିଛି କଙ୍ଗାରୁ ଦଳ । ଫଳରେ ଗତ ବର୍ଷ ମିଳିଥିବା ପରାଜୟର ବଦଲା ନେବାକୁ ତୟାର ହୋଇ ବସିଛି ଟିମ ଇଣ୍ଡିଆ ।

ତେବେ ଦୁଇ ଦେଶ ମଧ୍ୟରେ ଗତବର୍ଷ ଖେଳାଯାଇଥିଲା 9ଟି ଦିନିକିଆ ମ୍ୟାଚ । ଯେଉଁଥିରୁ ଭାରତ 5ଟିରେ ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆ 4ଟିରେ ବିଜୟ ହୋଇଥିଲା । ସେହିପରି ଟି-20 ବିଶ୍ବକପ ବର୍ଷରେ ଦୁଇ ଦେଶ ଖେଳିବେ ପ୍ରଥମ ଦିନିକିଆ ଲଢେଇ । ଶ୍ରୀଲଙ୍କା ବିପକ୍ଷ ଘରୋଇ ଟି-20 ସିରିଜକୁ ଜିତି ବିରାଟ ବାହିନୀ ଜୋସରେ ଭରପୁର ଥିବାବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ଜିତି ମଧ୍ୟ ଉତ୍କଣ୍ଠାରେ ଭରପୁର ରହିଛି ଅତିଥି ଅଷ୍ଟ୍ରେଲିଆ ।

ଦୁଇ ଦେଶର ଟିମ କମ୍ବିନେସନ ବି ରହିଛି ଦମଦାର । ବିଶ୍ରାମ ପରେ ଭାରତୀୟ ଦଳକୁ ଫେରିଛନ୍ତି ହିଟ୍‌ମ୍ୟାନ ରୋହିତ ଶର୍ମା । ସେପଟେ ବ୍ୟାନ ହଟିବା ପରେ ସ୍ମଥି ଓ ୱାରର୍ଣ୍ଣଙ୍କ କଙ୍ଗାରୁ ଟିମରେ ସାମିଲ ହେବା ଦଳକୁ ଆହୁରି ମଜବୁତ କରିଛି । ସେହିପରି ଜସପ୍ରିତ ବୁମରା ଓ ନବାଗତ ନବଦୀପ ସାଇନଙ୍କ ଆଟାକିଂ ବୋଲିଂ ଭାରତୀୟ ବୋଲିଂ ଲାଇନ ଅର୍ଡରକୁ ମଜବୁତ କରିଥିବା ବେଳେ କଙ୍ଗାରୁ ପାଖରେ ବି ରହିଛନ୍ତି ଆଇପିଏଲର ଦାମୀ ଖେଳାଳି ପ୍ୟାଟ୍‌ କୁମିନ୍ସ ଓ ପେସ ଷ୍ଟାର ମିଚେଲ ଷ୍ଟାର୍କ । ତେଣୁ ଆସନ୍ତାକାଲିର ଲଢେଇରେ ବ୍ୟକ୍ତିଗତ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ । ରୋହିତ୍ ଶର୍ମା ବନାମ ଡେଭିଡ୍ ୱାର୍ଣ୍ଣର, କ୍ୟାପଟେନ କୋହଲି ବନାମ ଷ୍ଟିଭ୍‌ ସ୍ମିଥ, ଜସପ୍ରିତ ବୁମରା ବନାମ ପ୍ୟାଟ୍‌ କୁମିନ୍ସ ଏବଂ ନବଦୀପ ସାଇନ ମିଚେଲ ଷ୍ଟାର୍କ ଲଢେଇ ହେବ ।

ତେବେ ଏହି ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ମଙ୍ଗଳବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ସିରିଜ୍ ପାଇଁ ଅଷ୍ଟ୍ରେଲିଆ ତିନିଦିନ ପୂର୍ବରୁ ଭାରତରେ ପହଞ୍ଚି ଜୋରଦାର୍ ଅଭ୍ୟାସ ଆରମ୍ଭ କରିଛି । ସେହିପରି ମ୍ୟାଚ ପୂର୍ବବର୍ତ୍ତି ସାମ୍ବାଦିକ ସମ୍ମିଳନୀରେ କଙ୍ଗାରୁ ଅଧିନାୟକ କହିଛନ୍ତି, "ଭାରତରେ ଦିନିକିଆ ସିରିଜ ବିଜୟ ଆମ ଦକ୍ଷତାକୁ ଦର୍ଶାଉଛି । ଯାହା ଆମେ ଗତବର୍ଷ କରି ଦେଖାଇଥିଲୁ । ସ୍ମିଥ-ୱାର୍ଣ୍ଣାରଙ୍କ ଫେରିବା ପରେ ଦଳ ଆହୁରି ମଜବୁତ ହୋଇଯାଇଛି । ତେଣୁ ପୁଣି ଥରେ ଭାରତରେ ଭାରତକୁ ମାତ୍‌ ଦେବାରେ ଆମେ ସକ୍ଷମ ହେବୁ ।" ଅନ୍ୟପଟେ କ୍ୟାପଟେନ କୋହଲି ମଧ୍ୟ କହିଛନ୍ତି, ଟି-20 ବିଶ୍ବକପ ବର୍ଷରେ ଅଷ୍ଟ୍ରେଲିଆ ସହ ଦିନିକିଆ ଲଢେଇ ଗୁରୁତ୍ବପୂର୍ଣ୍ଣ ଅଟେ ।

ସେହିପରି ଦୁଇ ଟିମ ଶେଷଥର ପାଇଁ ଦିନିକିଆ ବିଶ୍ବକପରେ ପରସ୍ପରକୁ ଭେଟିଥିଲେ । ଯେଉଁଥିରେ ଭାରତ ବିଜୟୀ ହୋଇଥିଲା । ଯେଉଁ ମ୍ୟାଚରେ ଧୱନ ଶତକୀୟ ପାଳି ଦେଖିବାକୁ ମିଳିଥିଲା । ଆଉ ସେହି ମ୍ୟାଚ ପରଠାରୁ ଧୱନ ଆହାତ ସମସ୍ୟା ଦେଇ ଗତି କରୁଛନ୍ତି । ଆଉ ଏବେ ସୁଯୋଗ ଆସିଛି ପୁଣି ଥରେ ଗବରଙ୍କୁ କମାଲ ଦେଖାଇବାରେ ।

  • ଭାରତୀୟ ଦଳ: ବିରାଟ୍ କୋହଲି (କ୍ୟାପଟେନ୍‌), ରୋହିତ୍ ଶର୍ମା, ଶିଖର ଧୱନ୍‌, ଲୋକେଶ ରାହୁଲ୍‌, ଶ୍ରେୟସ ଆୟର୍‌, ମନିଷ ପାଣ୍ଡେ, କେଦାର ଯାଦବ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ୍‌, କୁଲଦୀପ ଯାଦବ, ନଭଦୀପ ସାଇନି, ଯଶପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି।
  • ଅଷ୍ଟ୍ରେଲିଆ ଦଳ: ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍‌), ଆଲେକ୍ସ କ୍ୟାରୀ (ୱିକେଟକିପର), ପ୍ୟାଟ୍ କମିନ୍ସ, ଆଷ୍ଟନ୍ ଆଗର, ପିଟର୍ ହ୍ୟାଣ୍ଡସ୍କମ୍ବ, ଜୋଶ ହେଜଲଉଡ୍‌, ମାର୍ନସ୍ ଲାବୁଶେନ୍‌, କେନ୍ ରିଚାର୍ଡସନ୍‌, ଷ୍ଟିଭ୍ ସ୍ମିଥ୍‌, ମିଚେଲ୍ ଷ୍ଟାର୍କ, ଆଷ୍ଟନ୍ ଟର୍ଣ୍ଣର୍‌, ଡେଭିଡ୍ ୱାର୍ଣ୍ଣର ଓ ଆଡାମ ଜାମ୍ପା।

ABOUT THE AUTHOR

...view details