ଓଡିଶା

odisha

ETV Bharat / sports

ଭାରତର ଲଜ୍ଜାଜନକ ପରାଜୟ, 10 ଓ୍ବିକେଟରେ ଜିତିଲା ଅଷ୍ଟ୍ରେଲିଆ

3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ 1-0ରେ ଅଗ୍ରଣୀ ଟିମ ଅଷ୍ଟ୍ରେଲିଆ । ୱାଙ୍ଖଡେ ଷ୍ଟାଡିୟମରେ 256 ରନ୍‌ ଟାର୍ଗେଟକୁ ଅତି ସହଜରେ ଟିମର ଓପନର ଡେଭିଡ ଓ ଫିଞ୍ଚ ହାସଲ କରିଛନ୍ତି ।

By

Published : Jan 14, 2020, 9:01 PM IST

IND vs AUS
IND vs AUS

ମୁମ୍ବାଇ: ଭ୍ରମଣକାରୀ ଦଳ ବର୍ଷ ଆରମ୍ଭରେ ଭାରତକୁ ଦିନିକିଆରେ ଦେଇଛି ମାତ୍‌ । ବିନା ଓ୍ବିକେଟ ହରାଇ ଭାରତ ଦେଇଥିବା ଟାର୍ଗେଟ ପୂରଣ କରିଛି ଅଷ୍ଟ୍ରେଲିଆ । ଓ୍ବାଙ୍ଗଡେରେ 10 ଓ୍ବିକେଟରେ ଭାରତକୁ ପରାସ୍ତ କରି 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ ।

ଫଟୋ ସୌଜନ୍ୟ:ସୋସିଆଲମିଡିଆ@ICC

ପ୍ରଥମେ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଅଷ୍ଟ୍ରେଲିଆ । ତେବେ ଦଳର ଦୁର୍ବଳ ବ୍ୟାଟିଂ ଫଳରେ 255ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା ଟିମ ଇଣ୍ଡିଆ । ତେବେ ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର 37.4 ଓଭରରେ ବିନା କୌଣସି ଓ୍ବିକେଟ ଖସାଇ କଙ୍ଗାରୁ ଦଳ ଟାର୍ଗଟ ହାସଲ କରିଛି ।

ଫଟୋ ସୌଜନ୍ୟ:ସୋସିଆଲମିଡିଆ@ICC

ଓପନର ଡେଭିଡ୍‌ ଓ୍ବାର୍ଣ୍ଣର ଓ ଆରୋନ ଫିଞ୍ଚ ଶତକୀୟ ପାଳି ଖେଳିଛନ୍ତି । ଓ୍ବାର୍ଣ୍ଣର 128(112ବଲ୍‌) ଓ ଫିଞ୍ଚ 110(114ବଲ୍‌) ହାସଲ କରିଛନ୍ତି ।

ଅତିଥି ଦଳ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ 3ଟି ୱିକେଟ, ପ୍ୟାଟ୍‌ କୁମିନ୍ସ ଓ କେନ ଚିଚାର୍ଡସନ 2ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଆଡାମ ଜାମ୍ପା ଓ ଆଷ୍ଟନ ଅଗର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ABOUT THE AUTHOR

...view details