ସିଡନୀ: ଅଷ୍ଟ୍ରେଲିଆ ଏ ଓ ଇଣ୍ଡିଆ ଏ ମଧ୍ୟରେ ଆରମ୍ଭ ହୋଇଥିବା ଅଭ୍ୟାସ ମ୍ୟାଚ ପ୍ରଥମ ଦିନ ଖେଳ ଶେଷ ହୋଇଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଜିଙ୍କ୍ୟ ରାହାଣେଙ୍କ ଦମଦାର ଉପଯୋଗୀ ଶତକ ସହାୟତାରେ ସମ୍ମାନଜନକ ସ୍ଥିତିରେ ରହିଛି । ଭ୍ରମଣକାରୀ ଦଳର ସ୍କୋର 237/8 ରହିଛି ।
ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ପରେ, ଦୁଇ ଇଣ୍ଡିଆ ଏ ଓପନର ଶୁଭମନ ଗିଲ ଓ ପୃଥ୍ବୀ ଶ ଇଂନିସର 3 ଓଭର ମଧ୍ୟରେ ପାଭିଲିୟନ ଫେରିଥିଲେ । ମାଇକେଲ ନେଜର, ଗିଲଙ୍କ ୱିକେଟ ହାସଲ କରିଥିବାବେଳେ, ଜେମ୍ସ ପାଟିନସନଙ୍କ ଶିକାର ହୋଇଥିଲେ ଶ ।
ତେବେ ଚେତେଶ୍ବର ପୂଜାରା ଓ ହନୁମା ବିହାରୀ ଇଂନିସକୁ ଆଗକୁ ବଢାଇଥିଲେ । ବିହାରୀ ଆଉଟ ହେବାପରେ, ପୂଜାରାଙ୍କ ସହ ମିଶି ରାହାଣେ କଙ୍ଗାରୁ ବୋଲରଙ୍କୁ ଉଚିତ ମୁକାବିଲା କରିଥିଲେ । ଏଥିସହ ସ୍କୋର 100 ପାର କରାଇଥିଲେ । ଅର୍ଦ୍ଧଶତକୀୟ ଇଂନିସ ଖେଳିବା ପରେ ପୂଜାରା ପାଟିନସନଙ୍କ ଦ୍ବାରା ଆଉଟ ହୋଇଥିଲେ ।