ଓଡିଶା

odisha

ETV Bharat / sports

ଶେଷ ତିନିଟି ଦିନିକିଆରେ ଭାରତର ବିରଳ ବ୍ୟାଟିଂ ରେକର୍ଡ - cricket

5 ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ଏପର୍ଯ୍ୟନ୍ତ ଖେଳାଯାଇଥିବା 3ଟି ଯାକ ଦିନିକିଆରେ ଭାରତ ସମ୍ପୂର୍ଣ୍ଣ 50 ଓଭର ଖେଳି ପାରିନାହିଁ । ତେବେ ଆଶ୍ଚର୍ଯ୍ୟର କଥା ଯେ ଖେଳାଯାଇଥିବା ସମସ୍ତ ଦିନିକିଆରେ ଭାରତ ଖେଳିଛି 48.2 ଓଭର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Mar 10, 2019, 3:59 PM IST

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛି ଭାରତର ବ୍ୟାଟିଂ ବିପର୍ଯ୍ୟୟ । ଟପ ଅର୍ଡରର ଫ୍ଲପ ଶୋ ଜାରି । କ୍ରିଜରେ ଓପନର ଧୱନ, ରୋହିତ ଫେଲ ମାରୁଛନ୍ତି ପ୍ରତି ମ୍ୟାଚରେ । ତେବେ ଆଗକୁ ବିଶ୍ୱକପ ଥିବାରୁ ଟପ ଅର୍ଡରର ଫର୍ମକୁ ନେଇ ଚିନ୍ତାରେ ଟିମ । ଚଳିତ ଭାରତ ବନାମ ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଆଉ ବାକି ରହିଛି ଦୁଇଟି ମ୍ୟାଚ । 5 ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ଏପର୍ଯ୍ୟନ୍ତ ଖେଳାଯାଇଥିବା 3ଟି ଯାକ ଦିନିକିଆରେ ଭାରତ ସମ୍ପୂର୍ଣ୍ଣ 50 ଓଭର ଖେଳି ପାରିନାହିଁ । ତେବେ ଆଶ୍ଚର୍ଯ୍ୟର କଥା ଯେ ଖେଳାଯାଇଥିବା ସମସ୍ତ ଦିନିକିଆରେ ଭାରତ ଖେଳିଛି 48.2 ଓଭର ।

ପ୍ରଥମ ଦିନିକିଆରେ ନିର୍ଦ୍ଧାରିତ 50 ଓଭରରେ କଙ୍ଗାରୁ ଦଳ 236 ରନ କରିଥିଲା । ପ୍ରତି ଜବାବରେ ଭାରତ 48.2 ଓଭରରେ 240 ରନ କରି ମ୍ୟାଚ ଜିତି ନେଇଥିଲା । ଦ୍ୱିତୀୟ ଦିନିକିଆରେ ଟସ ଜିତି ଭ୍ରମଣକାରୀ ଦଳ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା । ଏଥର ମଧ୍ୟ 48.2 ଓଭରରେ 250 ରନ କରି ଅଲ ଆଉଟ ହୋଇଥିଲା ଟିମ ଇଣ୍ଡିଆ । ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ମ୍ୟାଚ ଜିତିଥିଲା ଭାରତ ।

ତୃତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଙ୍ଗ କରି 313 ରନର ବିଶାଳ ସ୍କୋର କରିଥିଲା ଅଷ୍ଟ୍ରେଲିଆ । 314 ରନକୁ ପିଛା କରି ପଡିଆକୁ ଏହ୍ଲାଇଥିଲା ଟିମ ଇଣ୍ଡିଆ । କିନ୍ତୁ ଏଥର ବି ସମାନ ଅବସ୍ଥା କ୍ୟାପ୍ଟେନ କୋହଲିଙ୍କୁ ଛାଡି ଆଉ କୌଣସି ବ୍ୟାଟ୍ସମ୍ୟାନ 40 ରନ ଉପରକୁ ସ୍କୋର କରି ନଥିଲେ । ଭାରତ ଟପ ବ୍ୟାଟ୍ସମ୍ୟାନ ଧୱନ, ରୋହିତ ଶର୍ମା, ଅମ୍ବାତି ରାୟଡୁ, ଧୋନି ଯଥାକ୍ରମେ 1, 14, 2, 26 ରନ କରିପଭିଲିୟନ ଫେରି ଥିଲେ ।

ତେବେ ବିଶ୍ୱକପ ପୂର୍ବରୁ ଭାରତକୁ ନିଜର ବ୍ୟାଟିଂରେ ଉନ୍ନତି କରିବାକୁ ହେବ ନଚେତ ପରିଣାମ ବିଶ୍ୱକପରେ ଭୋଗିବାକୁ ପଡିପାରେ ।

ABOUT THE AUTHOR

...view details