ହାଇଦ୍ରାବାଦ: ପାକିସ୍ତାନ ବିପକ୍ଷରେ ଦ.ଆଫ୍ରିକାର ସ୍ପିନର ଇମ୍ରାନ ତାହିର ରେକର୍ଡ ସୃଷ୍ଟି କରିଛନ୍ତି । ଏହି ମ୍ୟାଚରେ ପାକିସ୍ତାନର 2 ଓପନରଙ୍କ ଓ୍ବିକେଟ ହାସଲ କରିଥିଲେ । ଏହି ଓ୍ବିକେଟ ହାସଲ କରିବା ପରେ ଦ.ଆଫ୍ରିକା ପକ୍ଷରୁ ବିଶ୍ବକପରେ ସର୍ବାଧିକ ଓ୍ବିକେଟ ହାସଲ କରିଥିବା ଖେଳାଳି ତାଲିକାରେ ସେ ସାମିଲ ହୋଇଛନ୍ତି । ବିଶ୍ବକପରେ 20ଟି ମ୍ୟାଚ ଖେଳି ସେ ଏହି ଉପଲବ୍ଧି ଅର୍ଜନ କରିଛନ୍ତି । ଏବେ ସୁଦ୍ଧା ବିଶ୍ବକପରେ ସେ 39ଟି ଓ୍ବିକେଟ ଅକ୍ତିଆର କରି ସାରିଛନ୍ତି ।
ଏହା ପୂର୍ବରୁ ଦ.ଆପ୍ରିକାର ଖେଳାଳି ଆଲାନ ଡୋନାଲ୍ଡଙ୍କ ନାଁରେ ଦେଶ ପକ୍ଷରୁ ବିଶ୍ବକପ୍ରେ ସର୍ବାଧିକ ଓ୍ବିକେଟ ହାସଲ କରିଥିବା ରେକର୍ଡ ରହିଥିଲା । ଗତକାଲି ଏହି ରେକର୍ଡକୁ ଇମ୍ରାନ ତାହିର ଭାଙ୍ଗି ଦେଇଛନ୍ତି ।