ଓଡିଶା

odisha

ETV Bharat / sports

‘ୱିକେଟ ପଛରେ ଧୋନିଙ୍କ ଛଡା ଫ୍ୟାନ୍ସ କାହାକୁ ପସନ୍ଦ କରନ୍ତି ନାହିଁ’ - ୱିକେଟ ପଛରେ ଧୋନି

ଧୋନିଙ୍କ ସ୍ଥାନ ଭରିବା ବହୁ କଷ୍ଟକର ବୋଲି କହିଛନ୍ତି ଭାରତୀୟ ଦଳର ମିଷ୍ଟର 360 କେଏଲ ରାହୁଲ ।

if-you-fumble-a-ball-people-feel-you-cant-replace-dhoni-rahul
‘ୱିକେଟ ପଛରେ ଧୋନିଙ୍କ ଛଡା ଫ୍ୟାନ୍ସ କାହାକୁ ପସନ୍ଦ କରନ୍ତି ନାହିଁ’

By

Published : Apr 27, 2020, 5:54 PM IST

ନୂଆଦିଲ୍ଲୀ: 2019 ବିଶ୍ବକପ ସେମିଫାଇନାଲ ପରେ ଧୋନିଙ୍କ କ୍ରିକେଟରୁ ଦୂର ରହିବା ପରେ ଭାରତୀୟ ଦଳ ପାଇଁ ୱିକେଟକିପର ଚିନ୍ତା ବଢିବାରେ ଲାଗିଥିଲା । ତେଣୁ ଦଳ ଯୁବ ଋଷଭ ପନ୍ତଙ୍କୁ ୱିକେଟ କିପର ଦାୟିତ୍ବ ଦେଇଥିଲା । ସେହିପରି କ୍ରିକେଟର ଛୋଟ ଫର୍ମାଟରେ ୱିକେଟ୍ ପଛରେ କନଡ ଖେଳାଳି କେଏଲ ରାହୁଲଙ୍କୁ ରଖାଗଲା । ମାତ୍ର ଧୋନିଙ୍କ ସ୍ଥାନ ଭରିବା ବହୁ କଷ୍ଟକର ବୋଲି କହିଛନ୍ତି ଭାରତୀୟ ଦଳର ମିଷ୍ଟର 360 କେଏଲ ରାହୁଲ ।

ଷ୍ଟାର ସ୍ପୋର୍ଟସ ସୋ ‘‘କ୍ରିକେଟ୍ କନେକ୍ଟେଡ’’ରେ ସେ କହିଛନ୍ତି "ଯେଉଁମାନେ କ୍ରିକେଟ୍ ଦେଖନ୍ତି, ସେମାନେ ଜାଣନ୍ତି ଯେ ମୁଁ ଆଇପିଏଲରେ କିପିଂ କରେ ଏବଂ ପ୍ରତ୍ୟେକ କର୍ଣ୍ଣାଟକ ଟୁର୍ଣ୍ଣାମେଣ୍ଟରେ ବି କିପିଂ କରେ । ତେବେ ୱିକେଟ କିପିଂ ମୋତେ ବହୁତ ଭଲ ଲାଗେ । ମୁଁ ଦଳର ଆବଶ୍ୟକ ସମୟରେ ଏହି ଭୂମିକା ଗ୍ରହଣ କରିବାକୁ ଅଧିକ ଇଚ୍ଛୁକ |’’

"ମାତ୍ର ଷ୍ଟାଡିୟମରେ କ୍ରିକେଟ ପ୍ରେମୀଙ୍କ ଚାପ ହେତୁ ମୁଁ ଯେତେବେଳେ ଭାରତ ପାଇଁ କିପିଂ କରେ, ମୋତେ ବହୁତ ନର୍ଭସ ଲାଗେ । ଯଦି ଗୋଟିଏ ବଲ ମିସ ହୋଇଯାଏ, ତେବେ ଲୋକମାନେ ଅନୁଭବ କରନ୍ତି ଯେ ଆପଣ ଏମଏସ ଧୋନିଙ୍କ ସ୍ଥାନ କେବେ ନେଇ ପାରିବେ ନାହିଁ । ତେବେ ଧୋନିଙ୍କ ସ୍ଥାନ ପୂରଣ କରିବା ଏତେ ସହଜ ନୁହେଁ କାରଣ ୱିକେଟ ପଛରେ ଧୋନିଙ୍କ ଛଡା ଲୋକେ କାହାକୁ ଗ୍ରହଣ କରନ୍ତି ନାହିଁ । ଆଉ ଏହା ପଛରେ କାରଣ, ଧୋନି ବିଗତ ଦିନରେ ଦେଖାଇ ସାରିଥିବା ତାଙ୍କ ଗ୍ଲୋବସର ଜଲୱା । "

କୋରୋନା ଭାଇରସ୍ ଆକ୍ରାନ୍ତ ହେତୁ ଆଇପିଏଲ୍ ସ୍ଥଗିତ ରଖାଯିବା ସହ ବିଶ୍ୱ ଟି -20 ଉପରେ ଦୃଷ୍ଟି ରଖି ଧୋନିଙ୍କ ଭବିଷ୍ୟତକୁ ନେଇ ଅନେକ ବିତର୍କ ଚାଲିଛି । କାରଣ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏହା ପୂର୍ବରୁ କହିଥିଲେ ଯେ ଧୋନି ଦଳର ଏକ ଅଂଶ ହେବେ କି ନାହିଁ ଆଇପିଏଲ୍ ନିଷ୍ପତ୍ତି ନେବ ।

ABOUT THE AUTHOR

...view details