ମୁମ୍ବାଇ: ଆଇପିଏଲର 13ତମ ସଂସ୍କରଣ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ ହୋଇଥାନ୍ତା ଟେଷ୍ଟିଙ୍ଗ ଗ୍ରାଉଣ୍ଡ । କିଛି ଲୋକ ଧୋନିଙ୍କ କ୍ୟାରିୟର ସମାପ୍ତ ହୋଇଯାଇଛି ବୋଲି କହୁଥିବା ବେଳେ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସହ ଅନ୍ୟ କିଛି ଲୋକ କହିଛନ୍ତି ଯେ ଆଇପିଏଲ ହିଁ ହେଉଛି ଧୋନିଙ୍କ ଟିମକୁ ଫେରିବାର ଏକମାତ୍ର ବାଟ । ଆଇପିଏଲରେ ଖେଳିବା ପରେ ହିଁ ଧୋନି ବର୍ଷ ଶେଷରେ ହେବାକୁ ଥିବା ଟି-20 ବିଶ୍ବକପରେ ଖେଳିବେ ନା ନାହିଁ ତାହାର ନିଷ୍ପତ୍ତି ହୋଇ ଥାନ୍ତା । ତେବେ ଧୋନିଙ୍କୁ ନେଇ କ୍ରିଷ୍ଣମାଚାରୀ ଶ୍ରୀକାନ୍ତ ମଧ୍ୟ ଦେଇଛନ୍ତି ନିଜ ମତ ।
ଆଇପିଏଲ ନହେଲେ ଧୋନିଙ୍କ ଟିମକୁ ଫେରିବା ଆଶା କ୍ଷୀଣ: ଶ୍ରୀକାନ୍ତ - କ୍ରିଷ୍ଣମାଚାରୀ ଶ୍ରୀକାନ୍ତ
ଧୋନିଙ୍କୁ ନେଇ କ୍ରିଷ୍ଣମାଚାରୀ ଶ୍ରୀକାନ୍ତ ମଧ୍ୟ ଦେଇଛନ୍ତି ନିଜ ମତ । ଆଇପିଏଲ ନହେଲେ ଧୋନିଙ୍କ ଟିମକୁ ଫେରିବାର ଆଶା ବହୁତ କ୍ଷୀଣ । ଅଧିକ ପଢ଼ନ୍ତୁ...

ସେ କହିଛନ୍ତି ଯେ, ଯଦି ସେ ଚୟନକର୍ତ୍ତା କମିଟିରେ ଅଧ୍ୟକ୍ଷ ହୋଇଥାନ୍ତେ ତେବେ ଆଇପିଏଲ ନହୋଇ ଥିଲେ ଧୋନିଙ୍କ ଟିମକୁ ଫେରିବାର ଆଶା ବହୁତ କ୍ଷୀଣ । ସିଧାସଳଖ କହିବାକୁ ଗଲେ ମୋ ମତରେ କେ.ଏଲ ରାହୁଲ ୱିକେଟକିପର ବ୍ୟାଟ୍ସମ୍ୟାନ ଭାବେ ରହିବେ । ଋଷଭ ପନ୍ତଙ୍କୁ ନେଇ ଏବେ ବି ମନରେ ଦ୍ବନ୍ଦ ଅଛି । କିନ୍ତୁ ସେ ନିଶ୍ଚିତ ଜଣେ ପ୍ରତିଭାବାନ ଖେଳାଳି ।
‘‘ତେବେ ଧୋନିଙ୍କୁ ବିଶ୍ବକପ ପାଇଁ ନେଇ ଯିବାରେ ମତେ କୌଣସି ଅସୁବିଧା ନାହିଁ । କିନ୍ତୁ ଏହା ମଧ୍ୟ ସତ ଯେ ଆଇପିଏଲ ନହେଲେ ଧୋନିଙ୍କ ଟିମକୁ ଫେରିବା କଷ୍ଟସାଧ୍ୟ । ସତ କହିବାକୁ ଗଲେ ଧୋନି ବର୍ତ୍ତମାନ ମଧ୍ୟ ଖୁବ ଫିଟ ଅଛନ୍ତି, ସେ ଜଣେ ମହାନ ଖେଳାଳି । ମୁଁ ନିଜେ ଧୋନିଙ୍କର ଜଣେ ବଡ ଫ୍ୟାନ’’ ବୋଲି କହିଛନ୍ତି ଶ୍ରୀକାନ୍ତ ।