ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ଯୋଗୁଁ ଦେଶରେ 3ୟ ପର୍ଯ୍ୟାୟ ଲକଡାଉନ ମେ 17ରେ ଶେଷ ହେଉଛି । ପରେ 4ର୍ଥ ପର୍ଯ୍ୟାୟ ଲକଡାଉନ ନେଇ ପ୍ରଧାନମନ୍ତ୍ରୀ ମୋଦି ସଙ୍କେତ ଦେଇସାରିଛନ୍ତି ।
ତେବେ ଦେଶରେ 4ର୍ଥ ପର୍ଯ୍ୟାୟ ଲକଡାଉନ ଲାଗୁ ହେଲେ ସମସ୍ତ ଗାଇଡଲାଇନକୁ ପାଳନ କରି ଅଭ୍ୟାସକୁ ଫେରିବେ ଭାରତୀୟ କ୍ରିକେଟର । ଏହା କହିଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ । ତେବେ ଅଭ୍ୟାସ ପାଇଁ କେବଳ ଜାତୀୟ ଦଳର ଶୀର୍ଷ ଖେଳାଳିଙ୍କୁ ଅନୁମତି ମିଳିବ ।
ତେବେ ଖେଳାଳିଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବା ନାହିଁ । ଘର ନିକଟରେ ଥିବା ଅଭ୍ୟାସ ସ୍ଥାନରେ ନେଟ ସେସନର ବ୍ୟବସ୍ଥା ପାଇଁ ବିସିସିଆଇ ପକ୍ଷରୁ ଉଦ୍ୟମ କରାଯାଉଛି ।