ଓଡିଶା

odisha

ETV Bharat / sports

ବିଶ୍ବକପ: ସେମିରେ ଭାରତ, ବିଶ୍ବକପରୁ ବିଦା ବାଂଲାଦେଶ - BANGLADESH

ବାଂଲାଦେଶକୁ 28 ରନରେ ହରାଇ 2ୟ ଦଳ ଭାବେ ଚଳିତ ବିଶ୍ବକପର ସେମିଫାଇନାଲରେ ଭାରତ ପ୍ରବେଶ କରିଛି ।

ଫଟୋ ସୌଜନ୍ୟ: ଡିଜାଇନ ଫଟୋ

By

Published : Jul 2, 2019, 11:35 PM IST


ବର୍ମିଂହାମ: ବାଂଲାଦେଶକୁ 28 ରନରେ ହରାଇଛି ଭାରତ । ଫଳରେ ଚଳିତ ବିଶ୍ବକପର 2ୟ ଦଳ ଭାବେ ସେମିଫାଇନାଲରେ ଭାରତ ସ୍ଥାନ ପକ୍କା କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ()twitter@cricketworldcup
ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ()twitter@cricketworldcup
ପ୍ରଥମେ ବ୍ୟାଟିଂ କରି ଭାରତ 314 ରନର ଲକ୍ଷ୍ୟ ରଖିଥଲା । 315ର ବଡ ଟାର୍ଗେଟକୁ ପିଛା କରିଥିଲା ବାଂଲାଦେଶ । ତେବେ 48ତମ ଓଭରରେ 286 ରନରେ କରି ପୁରା ଟିମ ଅଲଆଉଟ ହୋଇଯାଇଥିଲା । ଜସପ୍ରିତ ବୁମ୍ରା 4ଟି, ହାର୍ଦ୍ଦିକ ପାଣ୍ଡ୍ୟା 3ଟି ୱିକେଟ ନେଇଥିଲେ । ଚହଲ, ସାମି ଓ ଭୁବନେଶ୍ବର କୁମାର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ()twitter@cricketworldcup

ବାଂଲାଦେଶ ପକ୍ଷରୁ ସାକିବ ଅଲ-ହସନ ସର୍ବାଧିକ 66ରନର ପାଳି ଖେଳିଥିଲେ । ସୌମ୍ୟ ସରକାର 33, ତମିମ ଇକବାଲ 22, ମୁସଫିକର ରହିମ 24 ରନ କରି ଆଉଟ ହୋଇଥିଲେ । ତେବେ ସବିର ରେହମାନ ଓ ମହମ୍ମଦ ସାଫିଉଦ୍ଦିନ ଳଢୁଆ ପାଳି ଖେଳି ବାଂଲାଦେଶକୁ ବିଜୟର ନିକଟବର୍ତ୍ତି କରାଇଥିଲେ । ସବିର 36 ବଲରୁ 5ଚୌକା ସହୟତାରେ 36 ରନର ପାଳି ଖେଳିଥିଲେ । ସବିର ଆଉଟ ହେବା ପରେ ବାଂଲାଦେଶ ପାଇଁ ଶେଷ ଯାଏଁ ଲଢିଥିଲେ ମହମ୍ମଦ ସାଫିଉଦ୍ଦିନ । 38ବଲରୁ 9ଚୌକା ସହ ଅର୍ଧଶତକ ପୂରଣ କରିଥିଲେ ସାଫିଉଦ୍ଦିନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ()twitter@cricketworldcup

ପୂର୍ବରୁ ଭାରତୀୟ ପାଳିରେ ରୋହିତ ଶର୍ମା ପୁଣି ଏକ ଆକର୍ଷଣୀୟ ଶତକ ହାସଲ କରିଥିଲେ । ରୋହିତ ଏହି ଶତକକୁ ମିଶାଇ ଚଳିତ ବିଶ୍ବକପରେ 4ର୍ଥ ଶତକ ହାସଲ କରିଛନ୍ତି । 92 ବଲରୁ 7ଚୌକା ଓ 5 ଛକା ସହାୟତାରେ ଦମଦାର 104 ରନର ପାଳି ଖେଳିଥିଲେ ରୋହିତ । ଲୋକେଶ ରାହୁଲ 92 ବଲରୁ 77 ରନର ଅର୍ଧଶତକୀୟ ପାଳି ଖେଳିଥିଲେ । ରିଷଭ ପନ୍ତ 41 ବଲରୁ 6ଚୌକା ଓ 1ଛକା ସହାୟତାରେ 48 ରନ କରି ଆଉଟ ହୋଇଥିଲେ । ଫଳରେ ପ୍ରଥମ ବିଶ୍ବକପ ଖେଳୁଥିବା ପନ୍ତ ମାତ୍ର 2 ରନ ପାଇଁ ଅର୍ଧଶତକରୁ ବଞ୍ଚିତ ହୋଇଥଲେ । କ୍ୟାପଟେନ କୋହଲି 26 ରନ କରି ଆଉଟ ହୋଇଥିଲେ । ତେବେ ଧୋନି 33 ବଲରୁ 35 ରନର ପାଳି ଖେଳି ଟିମ ଇଣ୍ଡିଆର ସ୍କୋରକୁ 300 ପାର କରାଇଥିଲେ । ବାଂଲାଦେଶର ଷ୍ଟାର ପେସ ବୋଲର ମୁସ୍ତାଫିଜୁର ରେହମାନ ସର୍ବାଧିକ 5ଟି ୱିକେଟ ଅକ୍ତିଆର କରିଥିଲେ ।

ABOUT THE AUTHOR

...view details