ଦୁବାଇ: ପ୍ରକାଶ ପାଇଛି ଆଇସିସି ମହିଳା ଟି-20 ବୋଲିଂ ମାନ୍ୟତା । ଶ୍ରେଷ୍ଠ 10 ବୋଲର ତାଲିକା ମଧ୍ୟରେ 3 ଭାରତୀୟ ମହିଳା କ୍ରିକେଟର ସ୍ଥାନ ପାଇଛନ୍ତି । ତାଲିକାର 2ୟ ସ୍ଥାନରେ ରହିଛନ୍ତି ଭାରତୀୟ ସ୍ପିନର ରାଧା ଯାଦବ ।
ICC ମହିଳା ଟି-20 ବୋଲର ମାନ୍ୟତା: ଟପ-10ରେ 3 ଭାରତୀୟ - ସ୍ପିନର ରାଧା ଯାଦବ
ଆଇସିସି ମହିଳା ଟି-20 ବୋଲିଂ ମାନ୍ୟତା ପ୍ରକାଶ ପାଇଛି । ଏଥିରେ ମହିଳା ଟିମ ଇଣ୍ଡିଆ ସ୍ପିନର ରାଧା ଯାଦବ 2ୟ ସ୍ଥାନରେ ରହିଛନ୍ତି ।
![ICC ମହିଳା ଟି-20 ବୋଲର ମାନ୍ୟତା: ଟପ-10ରେ 3 ଭାରତୀୟ ICC Women's T20I ranking](https://etvbharatimages.akamaized.net/etvbharat/prod-images/768-512-5448790-thumbnail-3x2-wc.jpeg)
ଆଇସିସି ମହିଳା ଟି20 ବୋଲର ମାନ୍ୟତା
ଅନ୍ୟତମ ଭାରତୀୟ ଷ୍ଟାର ବୋଲର ପୁନମ ଯାଦବ 5ମ ଓ ଦିପ୍ତି ଶର୍ମା ଷଷ୍ଠ ସ୍ଥାନରେ ରହିଛନ୍ତି । ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆର ମେଗାନ ସ୍କଟ ରହିଛନ୍ତି । ତେବେ ଶ୍ରେଷ୍ଠ 10 ବୋଲରଙ୍କ ମଧ୍ୟରେ ପାକିସ୍ତାନର କୋଣସି ଖେଳାଳିଙ୍କୁ ସ୍ଥାନ ମିଳିନାହିଁ ।