ହାଇଦ୍ରାବାଦ: ଶୁକ୍ରବାର ଠାରୁ ଆରମ୍ଭ ହେବ ମହିଳା ଟି-20 କ୍ରିକେଟ ମହାକୁମ୍ଭ । ଗତ ଚମ୍ପିଆନ ତଥା ଆୟୋଜକ ଦଳ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ହେବ ପ୍ରଥମ ମ୍ୟାଚ । ଟୁର୍ଣ୍ଣାମେଣ୍ଟର ଓପନିଂ ମ୍ୟାଚ ସିଡନୀ ଶୋ ଗ୍ରାଉଣ୍ଡ ଷ୍ଟାଡିୟମରେ ଖେଳାଯିବ । ତେବେ ଏହି ଟୁର୍ଣ୍ଣାମେଣ୍ଟର ଫାଇଲାନ ମ୍ୟାଚ ମାର୍ଚ୍ଚ 8ଟାରେ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଆୟୋଜିତ ହେବ ।
ଟି-20 ମହିଳା ବିଶ୍ବକପ୍ର ସର୍ବାଧିକ ଟାଇଟଲ ହାତେଇଥିବା ଟିମ୍ ହେଉଛି ଅଷ୍ଟ୍ରେଲିଆ । ଏହି ଟିମ୍ 2010, 2012, 2014 ଓ 2018ରେ ବିଶ୍ବକପ ଚମ୍ପିଆନ ହୋଇଥିଲା । ଏହା ବ୍ୟତୀତ ଇଂଲଣ୍ଡ(2009) ଓ ଓ୍ବଷ୍ଟେଇଣ୍ଡିଜ (2016)ରେ ଟି-20 ବିଶ୍ବକପର ମୁକୁଟ ପିନ୍ଧିଥିଲେ ।
ଏପଟେ ଭାରତୀୟ ଟିମ ଏଯାଏଁ କେବେ ବି ଟି-20 ବିଶ୍ବକପ୍ର ଫାଇନାଲ ମ୍ୟାଚରେ ପ୍ରବେଶ କରି ପାରି ନାହିଁ । କିନ୍ତୁ ଚଳିତ ବିଶ୍ବକପ୍ରେ ହରମନପ୍ରୀତ କୌରଙ୍କ ଟିମ୍ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ରହିଛି ।
ଆଇସିସି ଟି-20 ମହିଳା ବିଶ୍ବକପ୍ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ଆଇସିସି ଟି-20 ବିଶ୍ବକପର 10ଟି ଦଳକୁ 2ଟି ଗ୍ରୁପରେ ବିଭକ୍ତ କରାଯାଇଛି । ପ୍ରତ୍ୟକ ଟିମ 4ଟି ଲିଗ୍ ମ୍ୟାଚ ଖେଳିବେ । ଏହାପରେ 2ଟି ଗ୍ରୁପରେ ଶୀର୍ଷ 2ଟି ଟିମ ସେମିଫାଇନାଲରେ ଭାଗ ନେବେ ।
- ଗ୍ରୁପ ଏ: ଅଷ୍ଟ୍ରେଲିଆ, ଭାରତ,ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ବାଂଲାଦେଶ
- ଗ୍ରୁପ ବି: ଇଂଲଣ୍ଡ, ଦ.ଆଫ୍ରିକା,ଓ୍ବେଷ୍ଟଇଣ୍ଡିଜ,ପାକିସ୍ତାନ ଓ ଥାଇଲାଣ୍ଡ
ଭାରତ ମ୍ୟାଚ କ୍ରୀଡାସୂଚୀ:-
- 21 ଫେବୃଆରୀ:ଭାରତ ବନାମ ଅଷ୍ଟ୍ରେଲିଆ (ସିଡନୀ ଶୋ ଗ୍ରାଉଣ୍ଡ), ଦିନ 1ଟା 30
- 24ଫେବୃଆରୀ: ଭାରତ ବନାମ ବାଂଲାଦେଶ(ପର୍ଥ) ଅପରାହ୍ଣ 4ଟା30
- 27ଫେବୃଆରୀ:ଭାରତ ବନାମ ନ୍ୟୁଜିଲାଣ୍ଡ(ମେଲବର୍ଣ୍ଣ),ସକାଳ 8ଟା30
- 29ଫେବୃଆରୀ:ଭାରତ ବନାମ ଶ୍ରୀଲଙ୍କା(ମେଲବର୍ଣ୍ଣ), ଦିନ 1.30
ଭାରତୀୟ ମହିଳା ଦଳ: ସ୍ମୃତି ମନ୍ଧାନୀ, ଶେଫାଳି ବର୍ମା,ଜେମିମା ରୋଡ୍ରିଗ୍ସ,ବେଦା କୃଷ୍ଣମୂର୍ତ୍ତୀ, ରିଚା ଘୋଷ, ହରମନପ୍ରୀତ କୌର(କ୍ୟାପ୍ଟେନ), ଦୀପ୍ତି ଶର୍ମା,ଅରୁନ୍ଧତୀ ରେଡ୍ଡୀ,ଶୀଖା ପାଣ୍ଡେ, ରାଧା ଯାଦବ,ତାନୀୟା ଭାଟିୟା(ଓ୍ବିକେଟକିପର),ରାଜେଶ୍ବରୀ ରାୟକଓ୍ବାର୍ଡ,ପୁନମ ଯାଦବ,ପୂଜା ବସ୍ତ୍ରାକର,ହରଲୀନ ଦେଓ୍ବଲ