ଓଡିଶା

odisha

ETV Bharat / sports

ଆଇସିସି ମାନ୍ୟତା: କୋହଲିଙ୍କ ପରେ ଶୀର୍ଷ ସ୍ଥାନ ହରାଇଲେ ଆଉ ଜଣେ ଭାରତୀୟ

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପରେ ଭାରତୀୟ ମହିଳା ଦଳର ଓପ୍ନର ସ୍ମୃତି ମନ୍ଧାନା ନିଜର ଟପ ସ୍ପଟ ହରାଇଛନ୍ତି । ସଦ୍ୟ ପ୍ରକାଶିକ ଆଇସିସି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତାରେ ପ୍ରଥମ ସ୍ଥାନରୁ ଖସି 2ୟ ସ୍ଥାନରେ ରହିଛନ୍ତି ସ୍ମୃତି ମନ୍ଧାନା।

ଟପ ସ୍ପଟ ହରାଇଲେ ସ୍ମୃତି ମନ୍ଧାନା

By

Published : Oct 16, 2019, 1:00 PM IST

ଦୁବାଇ: ଗୋଟିଏ ପରେ ଗୋଟିଏ ଫର୍ମାଟରେ ଟପ ସ୍ପଷ୍ଟ ହରାଉଛନ୍ତି ଭାରତୀୟ ଖେଳାଳି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପରେ ଭାରତୀୟ ମହିଳା ଦଳର ଓପ୍ନର ସ୍ମୃତି ମନ୍ଧାନା ନିଜର ଟପ ସ୍ପଟ ହରାଇଛନ୍ତି । ସଦ୍ୟ ପ୍ରକାଶିତ ଆଇସିସି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତାରେ ପ୍ରଥମ ସ୍ଥାନରୁ ଖସି 2ୟ ସ୍ଥାନରେ ରହିଛନ୍ତି ସ୍ମୃତି ମନ୍ଧାନା ।

ତେବେ ପ୍ରଥମ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ଆମି ସାଟର୍ଥୱେଟ। ଆହତ କାରଣରୁ ମନ୍ଧାନା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ଭାଗ ନେଇ ପାରିନଥିଲେ। ଫଳରେ ତାଙ୍କର କମ ପଏଣ୍ଟ ରହିଛି । ଯେଉଁ କାରଣରୁ ତାଙ୍କର ଏହି କ୍ଷତି ହୋଇଛି ।

ମନ୍ଧାନାଙ୍କର ଏବେ 955 ପଏଣ୍ଟ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଅଭ୍ୟାସ କରୁଥିବା ବେଳେ ମନ୍ଧାନାଙ୍କ ଡାହାଣ ଗୋଡ଼ରେ ବଲ୍ ବାଜି ଫ୍ରାକଚର ହୋଇଥିଲା।

ତାଙ୍କ ଅନୁପସ୍ଥିତିରେ ଭାରତ ଏହି ସିରିଜକୁ 3-0ରେ ପୋଛି ନେଇଥିଲା। ଅନ୍ୟ ଭାରତୀୟ ବ୍ୟାଟ୍ସଓମ୍ୟାନଙ୍କ ମଧ୍ୟରେ କ୍ୟାପଟେନ୍ ମିତାଲୀ ରାଜ ସପ୍ତମ ସ୍ଥାନକୁ ଖସି ଆସିଥିବା ବେଳେ ହରମନପ୍ରୀତ କୌର୍ 17ତମ ସ୍ଥାନକୁ ଉଠିଛନ୍ତି।

ABOUT THE AUTHOR

...view details