ଓଡିଶା

odisha

By

Published : Mar 8, 2020, 10:41 AM IST

ETV Bharat / sports

ଜନ୍ମଦିନରେ ନିଜ ପାଇଁ ଗିଫ୍ଟ ବିଶ୍ବକପ ଟ୍ରଫି !

ଫାଇନାଲ ଲଢେଇର ପ୍ରଥମ ଫାଇନାଲିଷ୍ଟ ଭାରତୀୟ ମହିଳା ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କ ଆଜି ହେଉଛି ଜନ୍ମଦିନ । ତେବେ ଜନ୍ମଦିନରେ ନିଜ ପାଇଁ ବିଶ୍ବକପ ଟ୍ରଫି ଉପହାର ଆଣିବେ ବୋଲି ଶପଥ କରିଛନ୍ତି ହରମନପ୍ରୀତ୍‌ ।

icc-women-t-20-world-cup-final-world-cup-trophy-want-in-her-birthday-gift-says-kaur
ଜନ୍ମଦିନରେ ନିଜ ପାଇଁ ଗିପ୍ଟ ବିଶ୍ବକପ ଟ୍ରଫି

ମେଲବୋର୍ଣ୍ଣ: ଆଜି ବିଶ୍ବ ମହିଳା ଦିବସ । ଆଜି ଅନୁଷ୍ଠିତ ହେବାକୁ ଯାଉଛି ଆଇସିସି ମହିଳା ଟି-20 ବିଶ୍ବକପର ଫାଇନାଲ ଫାଇଟ । ଆଉ ସେପଟେ ଫାଇନାଲ ଲଢେଇର ପ୍ରଥମ ଫାଇନାଲିଷ୍ଟ ଭାରତୀୟ ମହିଳା ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କ ଆଜି ହେଉଛି ଜନ୍ମଦିନ । ତେବେ ଜନ୍ମଦିନରେ ନିଜ ପାଇଁ ବିଶ୍ବକପ ଟ୍ରଫି ଉପହାର ଆଣିବେ ବୋଲି ଶପଥ କରିଛନ୍ତି ହରମନପ୍ରୀତ୍‌ ।

ମହିଳା ଟି-20 କ୍ରିକେଟ ବିଶ୍ବକପ ଇତିହାସରେ ପ୍ରଥମଥର ଫାଇନାଲରେ ପ୍ରବେଶ କରିଛି ଭାରତ । ସେହପରି ଟ୍ରଫି ଜିତି ହାତେଇଲେ ଭାରତ ପାଇଁ ଏହା 4ର୍ଥ ବିଶ୍ବକପ ଟ୍ରଫି ହେବ । ସେପଟେ ଚଳିତ ଟୁର୍ଣ୍ଣାମେଣ୍ଟରେ ଦଳ ଅପରାଜେୟ ରହିଛି । ତେବେ ଫାଇନାଲରେ ଘରୋଇ ଅଷ୍ଟ୍ରେଲିଆ ମଧ୍ୟ ଦମଦାର ଫର୍ମରେ ରହିଛି । ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ ଟିକେଟ ହାତେଇଥିଲା କଙ୍ଗାରୁ ଦଳ । ତେବେ ଗ୍ରୁପ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ପୂର୍ବରୁ ପରାସ୍ତ କରିସାରିଛି ଭାରତ । ସେଥିପାଇଁ ଫାଇନାଲ ମ୍ୟାଚରେ ଭାରତୀୟ ଦଳର ପଲ୍ଲା ଭାରି ରହିଥିବା କୁହାଯାଉଛି ।

ତେବେ ଜନ୍ମଦିନରେ ଅଧିନାୟିକା ହରମନପ୍ରୀତଙ୍କୁ ‘‘ଇଟିଭି ଭାରତ’’ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

ABOUT THE AUTHOR

...view details