ହାଇଦ୍ରାବାଦ: ଆଇସିସି 19 ବର୍ଷରୁ କମ ବିଶ୍ବକପ ପାଇଁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ । ଚଳିତ ମାସ 19 ତାରିଖରେ ଜୁନିୟର ଟିମ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଫେବୃୟାରୀ 3ରେ ହେବାକୁଥିବା ବିଶ୍ବକପ ଫାଇନାଲ ଖେଳିବା ଲକ୍ଷ୍ୟରେ ରହିଛି ଜୁନିୟର ଟିମ ଇଣ୍ଡିଆ । ଏଥିସହିତ 5ମଥର ବିଶ୍ବକପ ଟାଇଟେଲ ହାତେଇବାକୁ ଲକ୍ଷ୍ୟ ରଖିଛି ମେନ ଇନ ବ୍ଲୁ ।
ଏହି ହାଇଭୋଲଟେଜ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରିୟମ ଗାର୍ଗଙ୍କ ନେତୃତ୍ବରେ ଭାରତୀୟ ଦଳ ଫର୍ମରେ ରହିଛି । ଗତ ସେପ୍ଟମ୍ବରରେ 19 ବର୍ଷରୁ କମ ଏସିଆ କପ ଓ ନିକଟରେ ତ୍ରୀରାଷ୍ଟ୍ରୀୟ ସିରିଜରେ ମଧ୍ୟ ବିଜୟ ହୋଇଛି ପ୍ରିୟମ ଗାର୍ଗଙ୍କ ଦଳ । ଗ୍ରୁପ ଷ୍ଟେଜରେ ଶ୍ରୀଲଙ୍କା, ଜାପାନ, ନ୍ୟୁଜିଲାଣ୍ଡକୁ ଭେଟିବ ଭାରତୀୟ ଦଳ । ପ୍ରଥମ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ ।
19 ବର୍ଷରୁ କମ ବିଶ୍ବକପରେ ଭାରତୀୟ ଦଳର ମ୍ୟାଚ ସୂଚୀ:
ଜାନୁୟାରୀ 19: ଭାରତ ବନାମ ଶ୍ରୀଲଙ୍କା(ଗ୍ରୁପ -ଏ)
(ମଙ୍ଗୟଙ୍ଗ ଓଭାଲ)
ଜାନୁୟାରୀ 21: ଭାରତ ବନାମ ଜାପାନ(ଗ୍ରୁପ -ଏ)
(ମଙ୍ଗୟଙ୍ଗ ଓଭାଲ)