କିମ୍ବରଲେ: ଆଇିସିସି 19 ବର୍ଷରୁ କମ ବିଶ୍ବକପରେ ରୋମାଞ୍ଚ ବଢିବାରେ ଲାଗିଛି। ଗ୍ରୁପ ପର୍ଯ୍ୟାୟର ମ୍ୟାଚ ଶେଷ ହେବାକୁ ଥିବାବେଳେ, ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ ପକ୍ଷରୁ ଇଂଲଣ୍ଡକୁ ଲାଗିଛି ବଡ ଝଟକା । ସିନିୟର ଇଂଲଣ୍ଡ ଟିମ ବିଶ୍ବକପ ବିଜୟକୁ ମାତ୍ର କିଛି ମାସ ପରେ ଜୁନିୟର ଟିମ ଚଳିତ ଜୁନିୟର ବିଶ୍ବକପରୁ ବାଦ ପଡିଛି ।
ଆଇିସିସି U-19ବିଶ୍ବକପ: ଇଂଲଣ୍ଡ ବିଦା, ଶେଷ ବଲରେ ଅଷ୍ଟ୍ରେଲିଆ ବିଜୟୀ - U-19ବିଶ୍ବକପ ଅଷ୍ଟ୍ରେଲିଆ ବିଜୟୀ
ଆଇିସିସି 19 ବର୍ଷରୁ କମ ବିଶ୍ବକପରେ ରୋମାଞ୍ଚ ବଢିବାରେ ଲାଗିଛି। ଗ୍ରୁପ-Bର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଶେଷ ବଲରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ। ଫଳରେ ଚଳିତ 19 ବର୍ଷରୁ କମ ବିଶ୍ବକପରୁ ବିଦାୟ ନେଇଛି ଇଂଲଣ୍ଡ। ଅଧିକ ପଢନ୍ତୁ...
ଗ୍ରୁପ-Bର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି 252 ରନ କରିଥିଲା। ଓପନର ବେନ ଚାର୍ଲସୱର୍ଥ ଦମଦାର 82 ଓ 51 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ। ଜାକ ହେନସ 31 ଓ କେସି ଅଲଡ୍ରିଗ 32 ରନ କରିଥିଲେ। 253 ରନକୁ ପିଛା କରି ଅଷ୍ଟ୍ରେଲିଆ ଶେଷ ବଲରେ ବିଜୟୀ ହୋଇଛି। ଫଳରେ ଇଂଲଣ୍ଡର ବିଶ୍ବକପ ଅଭିଯାନ ଶେଷ ହୋଇଛି।
ଶେଷ 26 ବଲରୁ ଅଷ୍ଟ୍ରେଲିଆ 47 ରନ ଆବଶ୍ୟକ କରୁଥିଲା। ଫଳରେ କନର ସୁଲି 20 ବଲରୁ 35 ରନର ଧୁଆଁଧାର ଇଂନିସ ଖେଳି ଅଷ୍ଟ୍ରେଲିଆକୁ ବିଜୟୀ କରାଇଥିଲେ । ଫଳରେ ସୁଲି ମ୍ୟାଚ ଅଫ ଦି ମ୍ୟାଚ ହୋଇଥିଲେ। ଗ୍ରୁପ Bରେ ୱେଷ୍ଟଇଣ୍ଡିଜ 6 ପଏଣ୍ଟ ସହ ପ୍ରଥମ ଓ ଅଷ୍ଟ୍ରେଲିଆ 4 ପଏଣ୍ଟ ସହ 2ୟ ସ୍ଥାନରେ ଅଛନ୍ତି।