ଓଡିଶା

odisha

By

Published : Jun 10, 2020, 11:03 PM IST

ETV Bharat / sports

ପୁଣି ଝୁଲିଲା ଟି-20 ବିଶ୍ବକପର ଭାଗ୍ୟ

ବୁଧବାର ଆଇସିସି ବୈଠକରେ ଟି-20 ବିଶ୍ବକପର ଭାଗ୍ୟ ନିର୍ଦ୍ଧାରଣ ନେଇ ସମସ୍ତେ ଆଶାବାଦୀ ଥିବା ବେଳେ ଆଇସିସି କହିଛି ଯେ, ଆଗାମୀ ଦିନରେ କୋରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ଅଧିକ ପଢ଼ନ୍ତୁ...

ICC to keep assessing situation, deciding on fate of 2020 T20 WC, ପୁଣି ଝୁଲିଲା ଟି-20 ବିଶ୍ବକପର ଭାଗ୍ୟ, ଆଇସିସି ବୈଠକ
ପୁଣି ଝୁଲିଲା ଟି-20 ବିଶ୍ବକପର ଭାଗ୍ୟ

ଦୁବାଇ: ପୁଣି ଝୁଲିଲା ଟି-20 ବିଶ୍ବକପର ଭାଗ୍ୟ ନିର୍ଦ୍ଧାରଣ । ଆସନ୍ତା ମାସ ପରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ବକପ ଆୟୋଜନ ନେଇ ନିଷ୍ପତ୍ତି ନିଆଯିବ । ବୋର୍ଡ ବୈଠକ ପରେ ଆଇସିସି ଏହି ସୂଚନା ଦେଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ଅଷ୍ଟ୍ରେଲିଆରେ ଏହି ମେଗା ଇଭେଣ୍ଟ ହେବାର ସ୍ଥିରିକୃତ ହୋଇଥିଲା ।

କୋରୋନା ମହାମାରୀ ପରେ ଟି-20 ବିଶ୍ବକପ 2020କୁ ନିର୍ଦ୍ଧାରିତ ସମୟରେ କରିବାକୁ ଆଇସିସି ଓ କ୍ରିକେଟ ଅଷ୍ଟ୍ରେଲିଆ ଯଥା ସମ୍ଭବ ଚେଷ୍ଟା ଜାରି ରଖିଛନ୍ତି । ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଏହା ହେବା ପାଇଁ ନିର୍ଦ୍ଧାରିତ ହୋଇଛି ।

ଆଇସିସି ପ୍ରେସ ରିଲିଜରେ କହିଛି ଯେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡ ବୁଧବାର ଆଇସିସି ପୁରୁଷ ଟି-20 ବିଶ୍ବକପ 2020 ଏବଂ ଆଇସିସି ମହିଳା କ୍ରିକେଟ ବିଶ୍ବକପ 2021ର ଭବିଷ୍ୟତ ସମ୍ବନ୍ଧରେ ଅନେକ ଜରୁରୀକାଳୀନ ଯୋଜନା ଉପରେ ଅନୁଧ୍ୟାନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି । ଏହାସହ ନିର୍ଦ୍ଧାରିତ ସମୟରେ ଇଭେଣ୍ଟଗୁଡିକ କରିବା ପାଇଁ ଚେଷ୍ଟା ଜାରି ରଖିଛି ।

@IANS

ABOUT THE AUTHOR

...view details