ଓଡିଶା

odisha

ETV Bharat / sports

ଟି-20 ବିଶ୍ବକପ: ଅଷ୍ଟ୍ରେଲିଆ ସରକାରଙ୍କ ସହ ଆଇସିସିର ବୈଠକ - ଆଇସିସି ପୁରୁଷ ଟି-20 ବିଶ୍ବକପ

ଆଇସିସି ପୁରୁଷ ଟି-20 ବିଶ୍ବକପ 2020ର ଆୟୋଜକ ରହିଛି ଅଷ୍ଟ୍ରେଲିଆ । ତେବେ ଏହି ମେଗା ଇଭେଣ୍ଟ ନେଇ ଅଷ୍ଟ୍ରେଲିଆ ସରକାରଙ୍କ ସହ ଆଲୋଚନା କରିବ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) । ଏନେଇ ଆଇସିସିର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ମନୁ ସୱନେ ସୂଚନା ଦେଇଛନ୍ତି ।

ICC to consult Australian government over 2020 men's T20 World cup
ଟି-20 ବିଶ୍ବକପ: ଅଷ୍ଟ୍ରେଲିଆ ସରକାରଙ୍କ ସହ ଆଇସିସିର ବୈଠକ

By

Published : Apr 21, 2020, 10:05 AM IST

ଦୁବାଇ: ଆଇସିସି ପୁରୁଷ ଟି-20 ବିଶ୍ବକପ 2020ର ଆୟୋଜକ ରହିଛି ଅଷ୍ଟ୍ରେଲିଆ । ତେବେ ଏହି ମେଗା ଇଭେଣ୍ଟ ନେଇ ଅଷ୍ଟ୍ରେଲିଆ ସରକାରଙ୍କ ସହ ଆଲୋଚନା କରିବ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) । ଏନେଇ ଆଇସିସିର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ମନୁ ସୱନେ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଫଟାଫଟ କ୍ରିକେଟର ମହାଲଢେଇ ଟି-20 ବିଶ୍ବକପ ଖେଳାଯିବ । ମୋଟ 7ଟି ଭେନ୍ୟୁରେ ମ୍ୟାଚ ଗୁଡିକ ଖେଳାଯିବା ନେଇ ସୂଚୀ ରହିଛି । ତେବେ ଅଷ୍ଟ୍ରେଲିଆରେ ମହାମାରୀ କୋରୋନା ସଂକ୍ରମଣ ଭୟ ଥିବାରୁ ସମସ୍ତ ପ୍ରକାର କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ବନ୍ଦ କରାଯାଇଛି। ଆଉ ଏହି ସଙ୍କଟ ମଧ୍ୟରେ ମେଗା ଟୁର୍ଣ୍ଣାମେଣ୍ଟ ଟି-20 ବିଶ୍ବକପ ବି ସ୍ଥଗିତ ହେବାର ସମ୍ଭାବନା ରହିଛି ।

ଏପ୍ରିଲ 23ରେ ଆଇସିସିର ମୁଖ୍ୟ କାର୍ଯ୍ୟନିବାହୀ କମିଟି(CEC) ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଟି-20 ବିଶ୍ବକପ ନେଇ ଚୂଡାନ୍ତ ନିଷ୍ପତି ହେବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details