ଓଡିଶା

odisha

ICC TEST RANKING: ଶୀର୍ଷ ସ୍ଥାନ ବଜାୟ ରଖିଲେ ବିରାଟ

By

Published : Dec 30, 2019, 10:49 PM IST

2019 ଶେଷ ସୁଦ୍ଧା ନିଜର ନମ୍ବର 1 ସ୍ଥାନ ବଜାୟ ରଖିଛନ୍ତି ବିରାଟ କୋହଲି । ତାଙ୍କ ପଛକୁ ଷ୍ଟିଭ ସ୍ମିଥ ରହିଛନ୍ତି ।

virat-kohli
virat-kohli

ଦୁବାଇ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟର ନମ୍ବର 1 ଖେଳାଳି । ଆଇସିସି ତାଜା ମାନ୍ୟତା ଜାରି କରିଛି । ସେଥିରେ ଚେତେଶ୍ବର ପୂଜାରା ନମ୍ବର 5 ରେ ରହିଛନ୍ତି । ତେବେ 928 ପଏଣ୍ଟ ସହ ବିରାଟ ପ୍ରଥମ, ତାଙ୍କ ପଛକୁ 2ୟ ସ୍ଥାନରେ ଅଷ୍ଟ୍ରେଲିଆ ଖେଳାଳି ଷ୍ଟିଭ ସ୍ମିଥ ଓ 3ୟ ସ୍ଥାନରେ ନ୍ୟୁଜିଲାଣ୍ଡ ଦଳର କେନ ଓ୍ବିଲିୟମସନ ରହିଛନ୍ତି ।

ଟ୍ବିଟ

ପୂଜାରା 791ପଏଣ୍ଟ ସହ 5ମ ସ୍ଥାନରେ ରହିଛନ୍ତି । ସେହିପରି ଟେଷ୍ଟ ବୋଲିଂ ବିଭାଗରେ ପାଟ କମିନ୍ସ ଶ୍ରେଷ୍ଠ ବୋଲର ଓ ଇଣ୍ଡିଜ ଖେଳାଳି ଜେସନ ହୋଲ୍ଡର ଶ୍ରେଷ୍ଠ ଅଲରାଉଣ୍ଡର ଭାବେ 1ମ ସ୍ଥାନରେ ରହିଛନ୍ତି ।

ABOUT THE AUTHOR

...view details