ଦୁବାଇ: କ୍ରିକେଟ ପ୍ରଶଂସକ ଦେଖିବେ ମହିଳା କ୍ରିକେଟରଙ୍କ ଆକ୍ସନ,ଭାବନା ଓ ସେମାନଙ୍କ ମ୍ୟାଚର ରୋମଞ୍ଚକରର ଦୃଶ୍ୟ । ମହିଳା ଟି-20 ବିଶ୍ବକପ 2020ର ଆକ୍ସନ, ରୋମାଞ୍ଚକୁ ଏବେ ଡକ୍ୟୁମେଣ୍ଟାରୀ ରୂପରେ ଏକ ଓଟିଟି ପ୍ଲାଟଫର୍ମରେ ସମସ୍ତେ ଦେକି ପାରିବେ । ଏହ ଡକ୍ୟୁମେଣ୍ଟାରୀ ର ନାଁ 'ବିୟଣ୍ଡ ଦ ବାଉଣ୍ଡ୍ରୀ' ଦିଆଯାଇଛି । ଅଗଷ୍ଟ 14ରେ ରିଲିଲଜ ହେବାକୁ ଥିବା ଏହି ଡକ୍ୟୁମେଣ୍ଟାରୀରେ ବିଶ୍ବକପର 17ଦିନର ରୋମାଞ୍ଚକର ମ୍ୟାଚର ଝଲକ ଦେଖିବାକୁ ମିଳିବ । ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି 17ଦିନିର ଟୁର୍ଣ୍ଣାମେଣ୍ଟରେ ପ୍ରାୟ 86,174ଦର୍ଶକ ଉପସ୍ଥିତ ରହିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମହିଳା କଙ୍ଗାରୁ ଦଳ ଭାରତୀୟ ମହିଳା ଟିମକୁ ଫାଇନାଲ ମ୍ୟାଚରେ ମାତ୍ ଦେଇଥିଲା ।
ଆଇସିସି କହିଛି ଯେ, ଏହି ଡକ୍ୟୁମେଣ୍ଟ୍ରୀ ଆଇସିସିର ଷ୍ଟ୍ରିମିଙ୍ଗ ସର୍ଭିସରେ ପ୍ରଥମେ ରିଲିଜ ହେବ । ଏଥିରେ ଟିମର ପ୍ରଗତି, ଖେଳାଳିଙ୍କ ଭାବନା ଓ ମ୍ୟାଚର ଟ୍ରନିଙ୍ଗ ପଏଣ୍ଟ ସବୁ ଦେଖିବାକୁ ମିଳିବ । ଏଥିସହ ଏହି ଫିଲ୍ମରେ କମେଣ୍ଟଟର୍ସ ଓ ପ୍ରଶଂସକଙ୍କ ବିଚାର,ଦର୍ଶକଙ୍କ ସେଲିବ୍ରେସନ, ଗ୍ରାଉଣ୍ଡ ବାହାରେ ଓ ଡ୍ରେସିଙ୍ଗ ରୁମରେ ଖେଳାଳିଙ୍କ ଫୁଟେଜ ଓ ପପ୍ ଷ୍ଟାଲ କେଟି ପୈରୀଙ୍କ ପ୍ରଦର୍ଶନ ବି ଦେଖିବାକୁ ମିଳିବ । ଏହି ଫିଲ୍ମ ଇଂଲିଶ, ଥାଇ, ଫ୍ରେଞ୍ଚ, ଜାପାନୀ, ଇଣ୍ଡୋନେସିଆ,କୋରିଆନ,ଡଚ, ହିନ୍ଦୀ ସବଟାଇଟଲରେ ଉପଲବ୍ଧ ହେବ ।