ଓଡିଶା

odisha

By

Published : Mar 24, 2021, 9:37 PM IST

ETV Bharat / sports

ଆଇସିସି ଟ୍ବିଟର ଆକାଉଣ୍ଟର କଭର ଫଟୋରେ ସେଫାଲୀ ବର୍ମା

ଆଇସିସି ଟ୍ବିଟର ଆକାଉଣ୍ଟର କଭର ଫଟୋରେ ଭାରତୀୟ ମହିଳା କ୍ରିକେଟର ସେଫାଲୀ ବର୍ମା। ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଟି-20 ମ୍ୟାଚରେ ସେଫାଳୀ ଧୂଆଁଦାର ଇନିଂସ ଖେଳିଥିଲେ। ଅଧିକ ପଢନ୍ତୁ...

ଆଇସିସି ଟ୍ବିଟର ଆକାଉଣ୍ଟର କଭର ଫୋଟରେ ସେଫାଲୀ ବର୍ମା
ଆଇସିସି ଟ୍ବିଟର ଆକାଉଣ୍ଟର କଭର ଫୋଟରେ ସେଫାଲୀ ବର୍ମା

ଚଣ୍ଡିଗଡ଼: ଆଇସିସି ଟ୍ବିଟର ଆକାଉଣ୍ଟର କଭର ଫଟୋରେ ଭାରତୀୟ ମହିଳା କ୍ରିକେଟ ସେଫାଲୀ ବର୍ମା। ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଟି-20 ମ୍ୟାଚରେ ସେଫାଳୀ ଧୂଆଁଦାର ଇନିଂସ ଖେଳିଥିଲେ। ଯାହାଫଳରେ ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚକୁ ଭାରତ 9 ୱିକେଟରେ ଜିତି ପାରିଥିଲା। ସେଫାଲୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଆଇସିସି ପକ୍ଷରୁ ତାଙ୍କ ଫଟୋକୁ କଭର ଫଟୋ ଭାବରେ ରଖା ଯାଇଛି।

ଆଇସିସି ଟ୍ବିଟର ଆକାଉଣ୍ଟର କଭର ଫୋଟରେ ସେଫାଲୀ ବର୍ମା

ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ଦୁଇଟି ଟି-20 ମ୍ୟାଚରେ ଭାରତ ଶୋଚନୀୟ ଭାବରେ ପରାଜିତ ହୋଇଥିଲା। ତେବେ ସମ୍ମାନ ବଞ୍ଚାଇବାକୁ ମଙ୍ଗଳ ଶେଷ ଟି-20 ମ୍ୟାଚ ଖେଳିବାକୁ ଓହ୍ଲାଇଥିଲା ଭାରତୀୟ ଦଳ। ତେବେ ଏହି ମ୍ୟାଚରେ ସେଫାଲୀ ମାତ୍ର 26ଟି ବଲରେ ଅର୍ଦ୍ଧ ଶତକ ପୂରଣ କରିଥିଲେ। ଏହା ତାଙ୍କ କ୍ୟାରିଅର ତୃତୀୟ ଦ୍ରୁତ ଅର୍ଦ୍ଧଶତକ।

ଏହି ମ୍ୟାଚରେ ସେଫାଲୀ 30 ବଲରେ 5ଟି ଛକା ଓ 7ଟି ଚୌକା ସାହାଯ୍ୟରେ 60 ରନ କରିଥିଲେ। ଯାହାଫଳରେ ଭାରତ 9 ୱିକେଟରେ ଦକ୍ଷିଣ ଆଫ୍ରିକାକୁ ମାତ ଦେଇଥିଲା। 17 ବର୍ଷୀୟା ସେଫାଲୀଙ୍କୁ ପ୍ଲେୟାର ଅଫ ଦ ସିରିଜ ଆୱାର୍ଡ ଦିଆଯାଇଥିଲା। ସେଫାଲୀଙ୍କ ଏହି ଇନିଂଶକୁ ଦକ୍ଷିଣ ଆଫ୍ରକା ଅଧିନାୟିକା ମଧ୍ୟ ପ୍ରଶଂସା କରିଥିଲେ। ଏହାପରେ ଆଇସିସି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଫଟୋକୁ କଭର ପେଜରେ ରଖିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details