ଓଡିଶା

odisha

ଟି-20 ବିଶ୍ବକପ: ଆୟୋଜନ ନେଇ ଏମିତି କହିଲେ ନ୍ୟୁଜିଲାଣ୍ଡ କ୍ରୀଡାମନ୍ତ୍ରୀ

By

Published : Jun 16, 2020, 3:26 PM IST

ଟି-20 ବିଶ୍ବକପ ଆୟୋଜନର ଶେଷ ନିଷ୍ପତ୍ତି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ନେବ । ନ୍ୟୁଜିଲାଣ୍ଡ ବର୍ତ୍ତମାନ 2021 ମହିଳା ଦିନିକିଆ ବିଶ୍ବକପ ଆୟୋଜନ ପାଇଁ ପ୍ରସ୍ତୁତି କରୁଥିବା କହିଛନ୍ତି କ୍ରୀଡାମନ୍ତ୍ରୀ ଗ୍ରାଣ୍ଟ ରୋବର୍ଟସନ ।

'ICC needs to decide': NZ Sports Minister on hosting T20WC instead of Australia this year
ଟି-20 ବିଶ୍ବକପ: ଆୟୋଜନ ନେଇ ଏମିତି କହିଲେ ନ୍ୟୁଜିଲାଣ୍ଡ କ୍ରୀଡାମନ୍ତ୍ରୀ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ଆଇସିସି ଟି-20 ବିଶ୍ବକପ ଖେଳାଯିବା ଚର୍ଚ୍ଚା ନେଇ ପ୍ରତିକ୍ରିୟା ରଖିଛନ୍ତି ନ୍ୟୁଜିଲାଣ୍ଡ କ୍ରୀଡାମନ୍ତ୍ରୀ ଗ୍ରାଣ୍ଟ ରୋବର୍ଟସନ ।

ନ୍ୟୁଜିଲାଣ୍ଡ କ୍ରୀଡାମନ୍ତ୍ରୀ ଗ୍ରାଣ୍ଟ ରୋବର୍ଟସନ

ନ୍ୟୁଜିଲାଣ୍ଡ ବର୍ତ୍ତମାନ 2021 ମହିଳା ଦିନିକିଆ ବିଶ୍ବକପ ଆୟୋଜନ ପାଇଁ ପ୍ରସ୍ତୁତି କରୁଛି । ଅଷ୍ଟ୍ରେଲିଆରେ ଚଳିତ ବର୍ଷ ମହିଳା ଟି-20 ବିଶ୍ବକପ ସଫଳତାର ସହ ଶେଷ ହୋଇଛି । ପୁରୁଷ ଟି-20 ବିଶ୍ବକପ ପାଇଁ କ୍ରିକେଟପ୍ରେମୀ ଓ କ୍ରିକେଟର ସମସ୍ତେ ଉତ୍ସାହିତ ଅଛନ୍ତି । ତେବେ ଟି-20 ବିଶ୍ବକପ ଆୟୋଜନର ଶେଷ ନିଷ୍ପତ୍ତି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନେବ ବୋଲି ସେ କହିଛନ୍ତି ।

ଅଷ୍ଟ୍ରେଲିଆରେ ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଟି-20 ବିଶ୍ବକପ ଖେଳାଯିବା ନେଇ ସୂଚୀ ରହିଛି । ତେବେ ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟର ଭାଗ୍ୟ ଅନିଶ୍ଚିନ୍ତତା ମଧ୍ୟରେ ରହିଛି । ଆଇସିସି ପକ୍ଷରୁ ଚୁଡାନ୍ତ ନିଷ୍ପତି ଜୁଲାଇରେ ନିଆଯିବ ବୋଲି ସୂଚନା ରହିଛି ।

ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଡିନ ଜୋନ୍ସ ନ୍ୟୁଜିଲାଣ୍ଡରେ ସ୍ବାଭାବିକ ଭାବେ ଟି-20 ବିଶ୍ବକପ ଖେଳାଯାଇପାରିବ ବୋଲି ପ୍ରସ୍ତାବ ଦେଇଛନ୍ତି । ନ୍ୟୁଜିଲାଣ୍ଡରେ କୋରୋନା ଭାଇରସର ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଦର୍ଶକଙ୍କୁ ନ୍ୟୁଜିଲାଣ୍ଡ ସୁପର ରଗବି ଟୁର୍ଣ୍ଣାମେଣ୍ଟ ପାଇଁ ଅନୁମତି ମିଳିଛି ।

ତେବେ କ୍ରମାଗତ 24ଦିନ ବିନା ପଜିଟିଭ କେସ ରହିବା ପରେ ଦେଶରେ 2ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୱେଲିଂଟନର ଦୁଇ ମହିଳାଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି । ଉଭୟ ନିକଟରେ ୟୁକେ ଗସ୍ତ କରିଥିବାର ସୂଚନା ରହିଛି ।

ABOUT THE AUTHOR

...view details