ହାଇଦ୍ରାବାଦ: 2019 ଦିନିକିଆ ପୁରୁଷ କ୍ରିକେଟ ବିଶ୍ବକପକୁ ବିତିଛି ବର୍ଷେ । ଆଜିର ଦିନରେ ଅର୍ଥାତ ଜୁନ 16 ତାରିଖରେ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ପୁଣିଥରେ ମୁହାଁମୁହିଁ ହୋଇଥିଲେ ଚିର ପ୍ରତିଦ୍ବନ୍ଦି ଭାରତ-ପାକିସ୍ତାନ । ଭାରତୀୟ ଓପନର ରୋହିତ ଶର୍ମାଙ୍କ 140 ପାଳି ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନଙ୍କୁ କରିଥିଲା ଆଉଟ୍ । ତେବେ ଆସନ୍ତୁ ମନେ ପକାଇବା ସେହି ସ୍ମରଣୀୟ ମୁହୁର୍ତ୍ତ ।
ଗତବର୍ଷ ବିଶ୍ବକପ: ଆଜି ଦିନରେ ହିଟମ୍ୟାନଙ୍କ ହିଟ୍ ପାକିସ୍ତାନକୁ କରିଥିଲା ଆଉଟ୍ - India vs Pakistan highlights
ଭାରତୀୟ ଓପନର ରୋହିତ ଶର୍ମାଙ୍କ 140 ପାଳି ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନଙ୍କୁ କରିଥିଲା ଆଉଟ୍ । ତେବେ ଆସନ୍ତୁ ମନେ ପକାଇବା ସେହି ସ୍ମରଣୀୟ ମୁହୁର୍ତ୍ତ ।
![ଗତବର୍ଷ ବିଶ୍ବକପ: ଆଜି ଦିନରେ ହିଟମ୍ୟାନଙ୍କ ହିଟ୍ ପାକିସ୍ତାନକୁ କରିଥିଲା ଆଉଟ୍ icc-cricket-world-cup-2019-india-vs-pakistan-highlights](https://etvbharatimages.akamaized.net/etvbharat/prod-images/768-512-7640319-thumbnail-3x2-achasc.jpg)
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ 336ରନର ବିଶାଳ ସ୍କୋର କରିଥିଲା । 89ରନ( ଡିଏଲସ) ନିୟମ ଆଧାରରେ ଭାରତ ମ୍ୟାଚରେ ବିଜୟୀ ହୋଇଥିଲା । ଭାରତୀୟ ବିଶାଳ ପାଳିରେ ସାମିଲ ଥିଲା ରୋହିତ ଶର୍ମାଙ୍କ 140 ରନ ପାଳି । 14 ଚୌକା ଓ 3ଟି ଛକା ସହ 140ରନର ପାଳି ଖେଳିଥିଲେ ରୋହିତ । ସେହିପରି ବିଜୟ ଶଙ୍କର, ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଳଦୀବ ଯାଦବ ଦୁଇଟି ଲେଖାଏଁ ୱିକେଟ ନେଇ ପାକିସ୍ତାନର ପାଳିକୁ ଧୂଳି ସାଥ କରିଥିଲେ ।
ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପାକିସ୍ତାନ ପାଳିରେ ବର୍ଷା ହୋଇଥିଲା । ପରେ ପାକିସ୍ତାନ ପାଇଁ 40 ଓଭରରେ 302ର ଏକ ନୂଆ ଟାର୍ଗେଟ ରହିଥିଲା । ପରେ ସେମାନେ ଭାରତକୁ ଏକ ଚ୍ୟାଲେଞ୍ଜ ଦେବାରେ ସକ୍ଷମ ନଥିଲେ ଏବଂ ସେମାନଙ୍କର ଇନିଂସ 212/6 ରେ ସମାପ୍ତ ହୋଇଥିଲା ।