ଓଡିଶା

odisha

ETV Bharat / sports

ଧୋନିଙ୍କୁ ଆଇସିସିର ଅବସରକାଳୀନ ଶୁଭେଚ୍ଛା

ମହେନ୍ଦ୍ର ସିଂ ଧୋନି, 2007 ଆଇସିସି ପୁରୁଷ ଟି-20 ବିଶ୍ବକପ, ଆଇସିସି ପୁରୁଷ ଦିନିକିଆ ବିଶ୍ବକପ 2011 ଓ 2013ରେ ଆଇସିସି ଚମ୍ପିଆନ୍ସ ଟ୍ରଫି ବିଜୟୀ କ୍ୟାପଟେନ ରହିଛନ୍ତି ।

ICC congratulates MS Dhoni for marvellous career
ଧୋନିଙ୍କୁ ଆଇସିସିର ଅବସରକାଳୀନ ଶୁଭେଚ୍ଛା

By

Published : Aug 16, 2020, 7:35 PM IST

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଧୋନିଙ୍କୁ ଅବସରକାଳୀନ ଶୁଭେଚ୍ଛା ଜଣାଇଛି । ଧୋନିଙ୍କ ସଫଳତମ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଶଂସାରେ ଶତମୁଖ ହୋଇଛି ଆଇସିସି । ଆଇସିସିର 3ଟି ପ୍ରମୁଖ ଟୁର୍ଣ୍ଣାମେଣ୍ଟର ଟ୍ରଫି ବିଜେତା ବିଶ୍ବର ଏକମାତ୍ର କ୍ୟାପଟେନ ରହିଛନ୍ତି ଧୋନି ।

39 ବର୍ଷୀୟ ଧୋନି, 2007 ଆଇସିସି ପୁରୁଷ ଟି-20 ବିଶ୍ବକପ, ଆଇସିସି ପୁରୁଷ ଦିନିକିଆ ବିଶ୍ବକପ 2011 ଓ 2013ରେ ଆଇସିସି ଚମ୍ପିଆନ୍ସ ଟ୍ରଫି ବିଜୟୀ କ୍ୟାପଟେନ ରହିଛନ୍ତି ।

"ମହେନ୍ଦ୍ର ସିଂ ଧୋନି କ୍ରିକେଟର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । 2011 ବିଶ୍ବକପରେ ଛକା ମାରି ଟିମ ଇଣ୍ଡିଆକୁ ବିଜୟୀ କରାଇବାରେ ମୂହୂର୍ତ୍ତ ଅଗଣିତ କ୍ରିକେଟ ପ୍ରେମୀଙ୍କ ହୃଦୟରେ ଏବେସୁଦ୍ଧା ଜୀବନ୍ତ ରହିଛି ।" ଏହା କହିଛନ୍ତି ଆଇସିସି ମୁଖ୍ୟ କାର୍ଯ୍ୟନିବାହୀ ମନୁ ସୱନେ ଏକ ଘୋଷଣାନାମାରେ କହିଛନ୍ତି ।

ସଂପୂର୍ଣ୍ଣ ପିଢି ପାଇଁ ଧୋନି ପ୍ରେରଣ ହୋଇଛନ୍ତି । ସେଥିପାଇଁ ଆଇସିସି ପକ୍ଷରୁ ଧୋନିଙ୍କୁ ଅନେକ ଶୁଭେଚ୍ଛା ଓ ଭବିଷ୍ୟତ ପାଉଇଁ ଶୁଭକାମନା ଜଣାଇଛନ୍ତି ମନୁ ସୱନେ ।

ଧୋନି ଟେଷ୍ଟ କ୍ୟାରିୟରରେ 98ଟି ମ୍ୟାଚରୁ 4,876 ରନ, 256 କ୍ୟାଚ ଓ 38ଟି ଷ୍ଟମ୍ପିଂ କରିଛନ୍ତି । 2014ରେ ସେ ଟେଷ୍ଟରୁ ଅବସର ନେଇଥିଲେ ।

ଦିନିକିଆରେ 321ଟି ମ୍ୟାଚରୁ 10,773 ରନ ସଂଗ୍ରହ ସହ 123ଟି ଷ୍ଟମ୍ପିଂ କରିଛନ୍ତି । ଟି -20ରେ 57 କ୍ୟାଚ, 34 ଷ୍ଟମ୍ପିଂ ସହ 1617 ରନ ସଂଗ୍ରହ କରିଛନ୍ତି ।

ଧୋନି ଏମଆରଏଫ ଶୀର୍ଷ ବ୍ୟାଟ୍ସମ୍ୟାନ ଭାବେ 2006ରୁ 2010 ମଧ୍ୟରେ 656 ଦିନ ଧରି ଆଇସିସି ପୁରୁଷ ଦିନିକିଆ ମାନ୍ୟତାରେ ରହିଛନ୍ତି । ବର୍ଷ 2008 ରୁ 2009 ମଧ୍ୟରେ ଦିନିକିଆରେ ଶ୍ରେଷ୍ଠ ଖେଳାଳି ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details