ଦୁବାଇ:ଶ୍ରୀଲଙ୍କା ସ୍ପିନର ଅକିଲ ଧନଞ୍ଜୟଙ୍କ ବୋଲିଂ ଶୈଳୀକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ତାଙ୍କର ବୋଲିଂ ଶୈଳୀକୁ ନେଇ 2019ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହୋଇଥିବା ଟେଷ୍ଟ ମ୍ୟାଚ ବେଳେ ଅଭିଯୋଗ କରାଯାଇଥିଲା । ଏହାପରେ ତାଙ୍କୁ ବର୍ଷକ ପାଇଁ ବ୍ୟାନ କରାଯାଇଥିଲା । ତେବେ ଗତ ଶୁକ୍ରବାର ଦିନ ଆଇସିସି ଧନଞ୍ଜୟଙ୍କ ବୋଲିଂ ଶୈଳୀକୁ ସ୍ବୀକୃତି ଦେଇଛି ।
ସନ୍ଦିଗ୍ଧ ବୋଲିଂ ଶୈଳୀକୁ ସୁଧାର କରିବା ଓ ଏହାର ପୁନଃ ମୂଲ୍ୟାଙ୍କନ ପରେ ତାଙ୍କୁ ଇଣ୍ଟରନ୍ୟାସନାଲ କ୍ରିକେଟରେ ବୋଲିଂ ପାଇଁ ଅନୁମତି ମିଳିଛି ।