ଓଡିଶା

odisha

ETV Bharat / sports

‘ମୁଁ ତୁମ କ୍ୟାପ୍ଟେନ, ମତେ ବୋକୋ ଭାବନାହିଁ’ - ଧୋନି

ରାଗରେ ବାଉନ୍ସର ପକାଇ ଧୋନିଙ୍କୁ ସାମି କହିଥିଲେ ହାତରୁ ବଲ ଖସିଗଲା । ଉତ୍ତରରେ ଧୋନି କହିଲେ ‘ମୁଁ ତୁମ କ୍ୟାପ୍ଟେନ ମତେ ବୋକା ବନାଅନି’ । ଅଧିକ ପଢ଼ନ୍ତୁ...

I'am your captain, don't try to fool me, When MS Dhoni pulled up Mohammed Shami, India's tour of new Zealand, Dhoni Shami, ମୁଁ ତୁମ କ୍ୟାପ୍ଟେନ, ମତେ ବୋକୋ ବନାଅନି, ଧୋନି, ମହମ୍ମଦ ସାମି
ମୁଁ ତୁମ କ୍ୟାପ୍ଟେନ, ମତେ ବୋକୋ ବନାଅନି

By

Published : May 11, 2020, 7:24 PM IST

ନୂଆଦିଲ୍ଲୀ: ଯୋଜନା ଠାରୁ ବିଚ୍ୟୁତ ହେଉଥିବା ସାଥୀ ଖେଳାଳିଙ୍କୁ ସେକଥା ଜଣାଇ ଦେବାର ଭିନ୍ନ ଏକ ଷ୍ଟାଇଲ ରହିଥିଲା ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନିଙ୍କର । ଖେଳାଳିଙ୍କ ଉପରେ କ୍ରୋଧ କରିବା ବା ଚିତ୍କାର କରିବା ଭଳି ବ୍ୟକ୍ତି ସେ ନୁହନ୍ତି । କିନ୍ତୁ ତା ମାନେ ନୁହେଁ ଯେ ଭାରତୀୟ ଖେଳାଳି ଭୁଲ କଲେ ତାଙ୍କ ନଜରରୁ ବର୍ତ୍ତି ଯିବେ । ତେବେ ଧୋନିଙ୍କ ସହ ଏହିପରି ଏକ ଘଟଣା ବିଷୟରେ କହିଥିଲେ ଭାରତୀୟ ସିମର ମହମ୍ମଦ ସାମି ।

2014 ରେ ୱିଲିଙ୍ଗଟନରେ ଚାଲିଥିବା ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ୨ୟ ଟେଷ୍ଟ ମ୍ୟାଚ ସମୟର ଘଟଣା ବିଷୟରେ ଇନଷ୍ଟାଗ୍ରାମ ଲାଇଭ ବେଳେ ସାମି ନିଜ ସାଥୀ ମନୋଜ ତିୱାରୀଙ୍କୁ କହିଥିଲେ । ତିୱାରୀ ଶାମିଙ୍କୁ ପଚାରିଥିଲେ ଯେ କ୍ରିକେଟ ପଡ଼ିଆରେ ତାଙ୍କୁ ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନି କେବେ ଗାଳି କରିଛନ୍ତି କି ? ଯାହାର ଉତ୍ତରରେ ସାମି ୱିଲିଙ୍ଗଟନ ଟେଷ୍ଟବେଳର ଏକ ଘଟଣା ବିସ୍ତୃତ ଭାବେ କହିଥିଲେ, ଯାହା କି ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ୍ ମ୍ୟାକକୁଲମଙ୍କ ସର୍ବାଧିକ ଟେଷ୍ଟ ସ୍କୋର 302 ପାଇଁ ସ୍ମରଣୀୟ ।

ସାମି କହିଛନ୍ତି ଯେ ଦ୍ବିତୀୟ ଇନିଂସରେ ଯେତେବେଳେ ମ୍ୟାକକୁଲମ ମାତ୍ର 14 ରନ କରି ଖେଳୁଥିଲେ ସାମି ବୋଲିଂ କରୁଥିଲେ ଓ କ୍ୟାଚ ଛାଡି ଦେଇଥିଲେ କୋହଲି । ତେବେ ଏହାର ବଡ ମୂଲ୍ୟ ଭାରତକୁ ଦେବାକୁ ପଡିଥିଲା । ମ୍ୟାକକୁଲମ ପରଦିନ ପର୍ଯ୍ୟନ୍ତ ବ୍ୟାଟିଂ କରି ଟ୍ରିପଲ ସେଞ୍ଚୁରୀ ହାସଲ କରିବା ସହ ସେମାନେ ହାରି ଯାଇଥିବା ମ୍ୟାଚକୁ ଅମିମାଂସିତ କରିବାରେ ସମର୍ଥ ହୋଇଥିଲେ ।

“14ରନରେ ମ୍ୟାକକୁଲମ ଡ୍ରପ ହେବା ପରେ, ସେହି ଦିନ ଆମେ ଭାବିଥିଲୁ, ଠିକ୍ ଅଛି, ଆମେ ତାଙ୍କୁ ଶୀଘ୍ର ଆଉଟ କରିଦେବୁ । ତା’ପରେ ସେ ପରଦିନ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ । ସେ ଚା’ ପର୍ଯ୍ୟନ୍ତ ବି ଖେଳି ଚାଲିଥିଲେ ଏବଂ ଦିନ ଶେଷ ହେବାକୁ ବସିଥିଲା, ତେଣୁ ମୁଁ ବିରାଟଙ୍କୁ ପଚାରିଲି ତୁମେ ତାଙ୍କ କ୍ୟାଚ କାହିଁକି ଛାଡିଲ ?” ବୋଲି ସାମି ତିୱାରୀଙ୍କୁ କହିଛନ୍ତି ।775 ମିନିଟ କ୍ରିଜରେ ରହିବା ପରେ ମ୍ୟାକକୁଲମ 559 ବଲରୁ 302 ରନ ସ୍କୋର କରିଥିଲେ ।

ମ୍ୟାକକୁଲମଙ୍କ କ୍ୟାଚ ଡ୍ରପ ହେବା ପରେ ହତାଶ ହୋଇଥିବା ସାମି ଚତୁର୍ଥ ଦିନରେ ଆଉ ଜଣେ ବ୍ୟାଟ୍ସମ୍ୟାନଙ୍କ କ୍ୟାଚ ଡ୍ରପ ହେବା ପରେ ବିରକ୍ତ ହୋଇଯାଇଥିଲେ । ଉତ୍ତେଜିତ ସାମି ଏକ ବାଉନ୍ସର ପକାଇଥିଲେ ଯାହା ଧୋନିଙ୍କ ମୁଣ୍ଡ ଉପରୁ ଉଡି ଯାଇ ଚାରି ବାଇ ରନ ପାଇଁ ଯାଇଥିଲା ।

“ମ୍ୟାକକୁଲମ ତା’ପରେ 300 ସ୍କୋର କରିବା ଉପରେ ଥିଲେ। ମଧ୍ୟାହ୍ନ ଭୋଜନ ପୂର୍ବରୁ ସେହି ଦିନ ଅନ୍ୟ ଜଣେ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟର ଏଜ ବାଜି ବଲ ଉପରକୁ ଅଠିଥିଲା କିନ୍ତୁ ତାକୁ ବି କେହି ପୁଣି ଛାଡି ଦେଇଥିଲା । ମଧ୍ୟାହ୍ନ ଭୋଜନ ପୂର୍ବରୁ ଦ୍ବିତୀୟ ଶେଷ ବଲରେ ମୁଁ ଦୌଡି଼ ଆସି ଏକ ବାଉନ୍ସର ବୋଲିଂ କଲି । ବଲ ମାହି ଭାଇଙ୍କ ମୁଣ୍ଡ ଉପରୁ ଗଲା । ଯେତେବେଳେ ଆମେ ଡ୍ରେସିଂ ରୁମ ଆଡ଼କୁ ଯାଉଥିଲୁ, ମାହି ଭାଇ ମୋ ପାଖକୁ ଆସି କହିଲେ ମୁଁ ଜାଣେ କ୍ୟାଚ ଡ୍ରପ ହୋଇଯାଇଥିଲା କିନ୍ତୁ ତୁମେ ଶେଷ ବଲକୁ ଠିକ ଭାବେ ପକାଇବା ଉଚିତ ଥିଲା । ମୁଁ ତାଙ୍କୁ କହିଥିଲି, ବଲ ମୋ ହାତରୁ ଖସି ଯାଇଥିଲା,’’ ବୋଲି ବର୍ତ୍ତମାନ ବିରାଟ କୋହଲିଙ୍କ ସବୁଠାରୁ ବିଶ୍ବସ୍ତ ଫାଷ୍ଟ ବୋଲର ସାମି କହିଛନ୍ତି ।

“ମାହି ଭାଇ ନେ ମୁଝେ ଥୋଡେ ସେ ଟାଇଟ୍‌ ଲାଙ୍ଗୁଏଜ ମେଁ ବୋଲା, ‘ଦେଖ୍‌ ବେଟା, ବହୁତ ଲୋଗ୍‌ ଆଏ ମେରେ ସାମ୍‌ନେ। ବହୁତ ଲୋଗ୍‌ ଖେଲ କା ଚଲେ ଗଏ, ଝୁଟ୍‌ ମତ ବୋଲ୍‌।’ ସେ ଏକ ଭିନ୍ନ ଢଙ୍ଗରେ କହିଥିଲେ କିନ୍ତୁ ଏହା ଟିକିଏ ଆକ୍ରୋଶର ସହିତ ଥିଲା । ସେ ଆହୁରି ମଧ୍ୟ କହିଥିଲେ, ‘ବେଟେ ତୁହ୍ମାରେ ସିନିୟର ହୈଁ ତୁହ୍ମାରେ କ୍ୟାପ୍ଟେନ ହୈଁ ହମ୍‌ । ୟେ ବେୱକୁଫ୍ କିସି ଔର କୋ ବନାନା’ (ମାହି ଭାଇ ଏକ କଠୋର ଢଙ୍ଗରେ କହିଥିଲେ, ମୁଁ ଦେଖିଛି ଅନେକ ଖେଳାଳି ଆସିଛନ୍ତି ଖେଳିଛନ୍ତି ଓ ଫେରି ଯାଇଛନ୍ତି, ମୋତେ ମିଛ କୁହ ନାହିଁ । ସେ ଆହୁରି ମଧ୍ୟ କହିଲେ, ମୁଁ ତୁମ ସିନିୟର ତୁମ ଅଧିନାୟକ, ମତେ ବୋକା ବନାଇବାକୁ ଚେଷ୍ଟା କର ନାହିଁ)” ବୋଲି ସାମି କହିଛନ୍ତି।

ତେବେ ସାମି ଭାରତର ଦୁଇଥର ବିଶ୍ବକପ ବିଜେତା ଅଧିନାୟକ ଏମଏସ ଧୋନିଙ୍କୁ ପ୍ରଶଂସା କରି କହିଛନ୍ତି। “ମୁଁ ମାହି ଭାଇଙ୍କ ଅଧୀନରେ ତିନୋଟି ଫର୍ମାଟରେ ଡେବ୍ୟୁ କରିଛି । ଆପଣ କେବଳ ତାଙ୍କଠାରୁ କେବଳ ଶିଖି ପାରିବେ, ସେ ଜଣେ ମହାନ ବ୍ୟକ୍ତି,’’ ବୋଲି ସାମି କହିଛନ୍ତି ।

ABOUT THE AUTHOR

...view details