ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ଦୀର୍ଘ 5 ମାସ ପରେ ପଡିଆକୁ ଓହ୍ଲାଇଛନ୍ତି । ଶନିବାରଠାରୁ ଅଭ୍ୟାସ ଆରମ୍ଭ କରିଛନ୍ତି ଆଇପିଏଲ ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଅଧିନାୟକ ବିରାଟ କୋହଲି । ତେବେ ନେଟ୍ସ ସେସନ ପରେ ସେ ଭୟବୀତ ଥିବା କହିଛନ୍ତି ।
କୋରୋନା ମହାମାରୀ ପାଇଁ ସ୍ଥଗିତ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ ଚଳିତ ଥର ୟୁଏଇରେ ଅନୁଷ୍ଠିତ ହେବାକୁ ଯାଉଛି । 7 ଫ୍ରାଞ୍ଚାଇଜର ସମସ୍ତ ଖେଳାଳିମାନେ ସେଠାରେ ପହଁଚି କ୍ବାରେଣ୍ଟାଇନରେ ରହିବା ପରେ ଅଭ୍ୟାସ ଆରମ୍ଭ କରିଛନ୍ତି । ଶନିବାର ଆରସିବି ଅଭ୍ୟାସ କ୍ୟାମ୍ପରେ ବିରାଟଙ୍କ ସହ ଯୋଗ ଦେଇଛନ୍ତି ଦକ୍ଷିଣ ଆଫ୍ରିକାର ପେସର ଡେଲ୍ ଷ୍ଟେନ୍ ଏବଂ ଆରସିବି ଦଳର ନିର୍ଦ୍ଦେଶକ ମାଇକ୍ ହେସନ୍ ।