ଓଡିଶା

odisha

ETV Bharat / sports

କ୍ରିକେଟ ପଡ଼ିଆକୁ ଅଲବିଦା କହିନି: ୟୁସୁଫ ପଠାନ - ପୂର୍ବତନ ଅଲରାଉଣ୍ଡର ୟୁସୁଫ ପଠାନ

ଅବସରରେ ପରେ ବି ସେ ଅନ୍ୟ ଘରୋଇ କ୍ରିକେଟ ଖେଳିବା ଜାରି ରଖିବେ ବୋଲି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ । ବର୍ତ୍ତମାନ ସେ ଅନ୍ୟ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ସହ ରାୟପୁରରେ ରୋଡ ସେଫ୍ଟି ୱାର୍ଲଡ ସିରିଜରେ ଇଣ୍ଡିଆନ ଲିଜେଣ୍ଡସ ଦଳରେ ରହିଛନ୍ତି। ଅଧିକ ପଢ଼ନ୍ତୁ...

କ୍ରିକେଟ ପଡ଼ିଆକୁ ଅଲବିଦା କହିନି: ୟୁସୁଫ ପଠାନ
କ୍ରିକେଟ ପଡ଼ିଆକୁ ଅଲବିଦା କହିନି: ୟୁସୁଫ ପଠାନ

By

Published : Mar 8, 2021, 6:38 PM IST

ରାୟପୁର: "ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ସୁଦ୍ଧା କ୍ରିକେଟ ପଡ଼ିଆରେ ହିଁ ଦର୍ଶକ ମୋତେ ଦେଖିବାକୁ ପାଇବେ।" ଏକ ସାକ୍ଷାତକାରରେ ଏହା କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ। ବର୍ତ୍ତମାନ ସେ ଅନ୍ୟ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ସହ ରାୟପୁରରେ ରୋଡ ସେଫ୍ଟି ୱାର୍ଲଡ ସିରିଜରେ ଇଣ୍ଡିଆନ ଲିଜେଣ୍ଡସ ଦଳରେ ରହିଛନ୍ତି। ଅବସରରେ ପରେ ବି ସେ ଅନ୍ୟ ଘରୋଇ କ୍ରିକେଟ ଖେଳିବା ଜାରି ରଖିବେ ବୋଲି କହିଛନ୍ତି।

ଗତ କିଛି ଦିନ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ ଧୁଆଁଦାର ବ୍ୟାଟ୍ସମ୍ୟାନ ୟୁସୁଫ ପଠାନ। ତେବେ ରୋଡ ସେଫ୍ଟି ୱାର୍ଲଡ ସିରିଜ ଖେଳୁଥିବା ୟୁସୁଫ ପଠାନ କହିଛନ୍ତି ଯେ, "ମୁଁ ମୋ କ୍ୟାରିଅରକୁ ନେଇ ବହୁତ ଖୁସି ଅଛି। ମୁଁ ବହୁତ କିଛି ଉପଲବ୍ଧି ହାସଲ କରିଛି। ଆଗକୁ ବି ଏଭଳି କିଛି କରିବାକୁ ଯୋଜନା ରଖିଛି। ବର୍ତ୍ତମାନ ରୋଡ ସେଫ୍ଟି ୱାର୍ଲଡ ସିରିଜ ଖେଳି ମୋତେ ଖୁସି ଲାଗୁଛି। ମୁଁ ସେହି ମାନଙ୍କ ସହ ଅଛି ଯେଉଁମାନଙ୍କ ସହ ମୁଁ ଦିନେ ବିଶ୍ବକପ ଜିତିଥିଲି। ମୁଁ ଏତେ ଶୀଘ୍ର କ୍ରିକେଟ ଛାଡ଼ୁନାହିଁ। ଆାଗାମୀ ଦିନରେ ଫ୍ୟାନ ମୋତେ ବିଭିନ୍ନ ପ୍ରକାର ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଦେଖିବେ। ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛି କ୍ରିକେଟ ପଡ଼ିଆକୁ ଅଲବିଦା କହିନି।"

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାପରେ ନିଜର ଅଧୁରା କେତେକ ସ୍ବପ୍ନ ପୂରଣ କରିବେ ବୋଲି କହିଛନ୍ତି ୟୁସୁଫ ପଠାନ। ବହୁ ବର୍ଷ ଧରି କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳି ଆସୁଥିଲେ ୟୁସୁଫ। ଏହାକୁ ନେଇ ସେ କହିଛନ୍ତି ଯେ, ଗୌତମ ଗମ୍ଭୀର ଏହି ଟିମ ପାଇଁ ଦୁଇ ଦୁଇ ଥର ଟାଇଟଲ ଜିତିଛନ୍ତି। ଏହାକୁ ଦଳ ଆଗେଇ ନେବା ଆବଶ୍ୟକ।

ୟୁସୁଫ ପଠାନ ଭାରତ ପାଇଁ 57 ଦିନିକିଆ ଖେଳି 810 ରନ କରିଛନ୍ତି। ତା ସାଙ୍ଗକୁ ଏହି ଅଲରାଉଣ୍ଡର 33ଟି ୱିକେଟ ମଧ୍ୟ ନେଇଛନ୍ତି। ଖାଲି ସେତିକି ନୁହେଁ ସେ 22ଟି ଅନ୍ତର୍ଜାତୀୟ ଟି-20 ଖେଳି 236 ରନ କରିଥିବା ବେଳେ 13ଟି ୱିକେଟ ନେଇଛନ୍ତି। ସେ 174ଟି ଆଇପିଏଲ ମ୍ୟାଚ ଖେଳି 3 ହଜାର 204 ରନ କରିଛନ୍ତି ଓ 42ଟି ୱିକେଟ ନେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details