ଓଡିଶା

odisha

ETV Bharat / sports

ୱାର୍ନଙ୍କୁ ଦେଖି ବୋଲିଂ ସୁଧାରିଛି କହିଲେ ଭାରତୀୟ ସ୍ପିନର - ସେନ ୱାର୍ନ

ଭାରତୀୟ ସ୍ପିନର କୁଲଦୀପ ଯାଦବ କହିଛନ୍ତି ଯେ ସେ ପୂର୍ବତନ ଅଷ୍ଟ୍ରେଲିଆ କିମ୍ବଦନ୍ତୀ ସ୍ପିନର ସେନ ୱାର୍ନଙ୍କ ଭିଡିଓ ଦେଖି ସେ ତାଙ୍କ ବୋଲିଂକୁ ସୁଧାରି ପାରିଛନ୍ତି । ଅଧିକ ପଢ଼ନ୍ତୁ...

corrected bowling, looking at warne's videos, kuldeep yadav on his bowling, kuldeep on shane warne, ୱାର୍ନଙ୍କୁ ଦେଖି ବୋଲିଂ ସୁଧାରିଛି, ସେନ ୱାର୍ନ, ଭାରତୀୟ ସ୍ପିନର କୁଲଦୀପ ଯାଦବ
ୱାର୍ନଙ୍କୁ ଦେଖି ବୋଲିଂ ସୁଧାରିଛି କହିଲେ ଭାରତୀୟ ସ୍ପିନର

By

Published : Sep 2, 2020, 2:23 PM IST

ନୂଆଦିଲ୍ଲୀ: ଭାରତୀୟ ଚାଇନାମ୍ୟାନ ବୋଲର କୁଲଦୀପ ଯାଦବ ତାଙ୍କ କ୍ୟାରିୟରରେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନ କିମ୍ବଦନ୍ତୀ ସେନ ୱାର୍ନଙ୍କ ପ୍ରଭାବ ବିଷୟରେ ପୁଣିଥରେ କହିଛନ୍ତି। ଆଗାମୀ ଆଇପିଏଲରେ ସୁନୀଲ ନାରିନଙ୍କ ସହ କୋଲକାତା ନାଇଟ ରାଇଡର୍ସର ସ୍ପିନ୍ ଚାର୍ଜର ନେତୃତ୍ବ ନେବାକୁ ଥିବା କୁଲଦୀପ ସ୍ବୀକାର କରିଛନ୍ତି ଯେ ୱାର୍ନଙ୍କ ଭିଡିଓ ଦେଖି ସେ ତାଙ୍କ ବୋଲିଂରେ ସୁଧାର କରିଛନ୍ତି ।

କେକେଆର ୱେବସାଇଟ ପାଇଁ ନାଇଟ୍ସ ଅନପ୍ଲଗ୍ଡର ଏକ ଏପିସୋଡରେ କୁଲଦୀପ କହିଛନ୍ତି, “ମୁଁ ମୋର ପ୍ରଶିକ୍ଷକଙ୍କୁ ବହୁତ ଅସୁବିଧାରେ ପକାଇଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ୱାର୍ନଙ୍କ ଭିଡିଓ ଦେଖି ମୋର ବୋଲିଂକୁ ସୁଧାରୁଛି ।

ସେ ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରରେ ୱାର୍ନଙ୍କ ସହ ତାଙ୍କର ବିଶେଷ ସମ୍ପର୍କ ବିଷୟରେ କହିଥିଲେ ।

“ମୁଁ 2005 ଆଶେସ୍ ସିରିଜରେ ତାଙ୍କୁ ବୋଲିଂ କରୁଥିବାର ଦେଖିଥିଲି ଏବଂ ସେହି ଦିନଠାରୁ ମୁଁ ତାଙ୍କ ଭଳି ବୋଲର ହେବାକୁ ଚାହୁଁଥିଲି । ସେ ମୋର ଆଦର୍ଶ ହେଲେ । ଯେତେବେଳେ ଆମେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲୁ ସେତେବେଳେ ପୁଣେରେ ମୁଁ ତାଙ୍କୁ ପ୍ରଥମ ଥର ଭେଟିଥିଲି । ଆମେ ଅନେକ ଜିନିଷ ବିଷୟରେ ଆଲୋଚନା କଲୁ ଏବଂ ଯେତେବେଳେ ମୁଁ ଅଷ୍ଟ୍ରେଲିଆ ଗଲି ସେତେବେଳେ ସେ ମତେ ଅନେକ ଟିପ୍ସ ଦେଇ ସାହାଯ୍ୟ କଲେ । ରବି (ଶାସ୍ତ୍ରୀ) ସାର ଏବଂ ଭାରତ ଅରୁଣ ସାର ମତେ ବୁଝାଇଥିଲେ ୱାର୍ନ କଣ କହିବାକୁ ଚେଷ୍ଟା କରୁଛନ୍ତି । ପ୍ରତିଦିନ ସକାଳେ ସେ ନୂତନ ଚିନ୍ତାଧାରା ଆଣୁଥିଲେ ଏବଂ ମାନସିକ ସ୍ତରରେ ଏବଂ କ୍ରିକେଟ୍ ଦକ୍ଷତା ଦୃଷ୍ଟିରୁ ମତେ ଅଧିକ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥିଲେ । ସେ ବର୍ତ୍ତମାନ ମୋର ଅତି ନିକଟତର ଏବଂ ଆମେ ହ୍ବାଟ୍ସଆପରେ ନିୟମିତ ଚାଟ କରୁଛୁ ବୋଲି କୁଲଦୀପ କହିଛନ୍ତି ।

କେକେଆର ପାଇଁ 40ଟି ଆଇପିଏଲ ମ୍ୟାଚରେ କୁଲଦୀପ 39 ୱିକେଟ ନେଇଛନ୍ତି । ତେବେ ଗତ ଆଇପିଏଲ ସିଜନରେ ସେ 9ଟି ମ୍ୟାଚରୁ ମାତ୍ର 4ଟି ୱିକେଟ ନେଇଥିଲେ, ଯାହାକୁ ସେ ଚଳିତ ସିଜନରେ ସୁଧାରିବାକୁ ଚାହିଁବେ ନିଶ୍ଚୟ ।

ABOUT THE AUTHOR

...view details