ଓଡିଶା

odisha

ETV Bharat / sports

ବେଙ୍ଗଲ କ୍ରିକେଟ ସହ ସଂପର୍କ ଭାଙ୍ଗିଲେ ବୋଲର ଅଶୋକ ଦିଣ୍ଡା - ବେଙ୍ଗଲ ପକ୍ଷରୁ ଖେଳିବେନି ଦିଣ୍ଡା

2019-20 ରଣଜୀ ଟ୍ରଫି ସିଜିନରେ ମାତ୍ର ଗୋଟିଏ ମ୍ୟାଚ ଖେଳିବା ପରେ ଦିଣ୍ଡା ଦଳରୁ ବାଦ ପଡିଥିଲେ । ବୋଲିଂ କୋଚ ରଣଦୀପ ବୋଷଙ୍କ ସହ ମତପାର୍ଥକ୍ୟ ଯୋଗୁଁ ତାଙ୍କୁ ଟିମରେ ସାମିଲ କରାଯାଇନଥିଲା ।

I Can't play for Bengal again': Ashok Dinda
ବେଙ୍ଗଲ ପକ୍ଷରୁ ଆଉ ଖେଳିବେନି ବୋଲର ଅଶୋକ ଦିଣ୍ଡା

By

Published : Jun 22, 2020, 2:11 PM IST

କୋଲକାତା: ବେଙ୍ଗଲ କ୍ରିକେଟ ସହ ସଂପର୍କ ଛିନ୍ନ କରିଛନ୍ତି ପେସ ବୋଲର ଅଶୋକ ଦିଣ୍ଡା । ବେଙ୍ଗଲ ଟିମ ପକ୍ଷରୁ ଖେଳିବାର ସମୟ ଶେଷ ହୋଇଛି । ଘରୋଇ କ୍ରିକେଟ ଖେଳିବାକୁ ବିକଳ୍ପ ଚିନ୍ତା କରୁଥିବା କହିଛନ୍ତି ଭେଟେରାନ ଅଶୋକ ଦିଣ୍ଡା ।

2019-20 ରଣଜୀ ଟ୍ରଫି ସିଜିନରେ ମାତ୍ର ଗୋଟିଏ ମ୍ୟାଚ ଖେଳିବା ପରେ ଦିଣ୍ଡା ଦଳରୁ ବାଦ ପଡିଥିଲେ । ବୋଲିଂ କୋଚ ରଣଦୀପ ବୋଷଙ୍କ ସହ ମତପାର୍ଥକ୍ୟ ଯୋଗୁଁ ତାଙ୍କୁ ଟିମରେ ସାମିଲ କରାଯାଇନଥିଲା ।

‘ଦୀର୍ଘ ବର୍ଷ ଧରି ବେଙ୍ଗଲ କ୍ରିକେଟ ଟିମ ସହ ଯୋଡିହୋଇ ରହିଛି । ଏହା ମୋର ଜୀବନ । ଏଠାରେ କ୍ରିକେଟ ଜୀବନର ଶ୍ରେଷ୍ଠ ଓ ସ୍ମରଣୀୟ ମୂହୂର୍ତ୍ତ ସବୁ ରହିଛି । ବେଙ୍ଗଲ ପ୍ରତି ଭଲପାଇବା କମ ହେବନାହିଁ । ମାତ୍ର ବେଙ୍ଗଲ ପକ୍ଷରୁ ଆଉ ଖେଳିପାରିବି ନାହିଁ ।’ ଏହା କହିଛନ୍ତି ବୋଲର ଅଶୋକ ଦିଣ୍ଡା ।

36 ବର୍ଷୀୟ ଦିଣ୍ଡା ବେଙ୍ଗଲର ଅନ୍ୟତମ ସଫଳତମ ବୋଲର । ପ୍ରଥମ ଶ୍ରେଣୀ କ୍ରିକେଟରେ 420 ୱିକେଟ ଲିଷ୍ଟ -ଏରେ 151 ଓ ଟି-20ରେ 146 ୱିକେଟ ଦିଣ୍ଡାଙ୍କ ନାମରେ ରହିଛି ।

ବର୍ଷ 2009ରୁ 2013 ମଧ୍ୟରେ ଟିମ ଇଣ୍ଡିଆ ପକ୍ଷରୁ ମଧ୍ୟ ଦିଣ୍ଡା 13ଟି ଅନ୍ତର୍ଜାତୀୟ ଦିନିକିଆ ଓ 9ଟି ଟି-20 ମ୍ୟାଚ ଖେଳିଛନ୍ତି ।

ଗତ ରଣଜୀ ସିଜିନରେ ବେଙ୍ଗଲ ପକ୍ଷରୁ ଖେଳିଥିବା କେରଳ ବିପକ୍ଷ ଏକମାତ୍ର ମ୍ୟାଚରେ, 3ଟି ୱିକେଟ ଅକ୍ତିଆର କରିଥିଲେ । ଏହାପରେ ବୋଲିଂ କୋଚଙ୍କ ସହ ବିବାଦ ହୋଇଥିଲା । ଏହାପରେ ବେଙ୍ଗଲ ଟ୍ରେନିଂ କ୍ୟାମ୍ପରୁ ତାଙ୍କୁ ବାଦ ଦିଆଯାଇଥିଲା । ଏହାପରେ କୋଚ ବୋଷଙ୍କୁ କ୍ଷମା ପ୍ରାର୍ଥନା ପାଇଁ ତାଙ୍କୁ କୁହାଯାଇଥିଲା । ମାତ୍ର ଦିଣ୍ଡା ସେମିତି କରିନଥିଲେ ।

ତେବେ ପୁଡୁଚେରୀ, ଛତିଶଗଡ ଓ ଗୋଆ ଟିମ ସହ ସଂପର୍କରେ ରହିଥିବା ଜଣାପଡିଛି । ମାତ୍ର ବେଙ୍ଗଲ କ୍ରିକେଟ ଆସୋସିଏସନକୁ ଏପର୍ଯ୍ୟନ୍ତ ସେ NOC ଆବେଦନ କରିନଥିବା ଜଣାପଡିଛି । ଆବେଦନ କରିବା ପରେ ବୋର୍ଡ ପକ୍ଷରୁ ତାଙ୍କୁ ଅନୁମତି ମିଳିବାର ସମ୍ଭାବନା ରହିଛି ।

ABOUT THE AUTHOR

...view details