ନୂଆଦିଲ୍ଲୀ: ଆଗକୁ ଅଛି କ୍ରିକେଟ ମହାକୁମ୍ଭ, ତେବେ ଏରର୍ଯ୍ୟ ନିଶ୍ଚି ହୋଇ ପାରିନାହିଁ କିଏ ଖେଳିବ ଚାରି ନମ୍ବର ସ୍ଥାନରେ । ଏହି ସ୍ଥାନରେ ଏବେ ଭାରତୀୟ ଟେଷ୍ଟ ଟିମର ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଖେଳିବା ନେଇ ଚର୍ଚ୍ଚା ହେଉଛି । ରାହାଣେ କିନ୍ତୁ କେଉଁ ସ୍ଥାନରେ ଖେଳିବେ ତାହା ଚିନ୍ତା କରୁ ନାହାନ୍ତି ସେ ଭାବୁଛନ୍ତି ନିଜର 90ତମ ଏକଦିବସୀୟ ମ୍ୟାଚ ଖେଳିବା କଥା ।
‘ଭାରତ ପାଇଁ ଯେ କୌଣସି ନମ୍ୱରରେ ବ୍ୟାଟିଂ କରିବି’ - ajinkya rahane
ଭାରତୀୟ ଟିମ ପାଇଁ ମୁଁ ଯେକୌଣସି କ୍ରମରେ ବ୍ୟାଟିଂ କରିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଅଜିଙ୍କ୍ୟ ରାହାଣେ ।
‘ମୁଁ କେବେ ମଧ୍ୟ ନିଜର ବ୍ୟାଟିଂ କ୍ରମକୁ ନେଇ ଅଭିଯୋଗ କରିନାହିଁ । ମତେ ଯେଉଁ ସ୍ଥାନ ଦିଆଯାଏ ମୁଁ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରେ । ମୁଁ ଭାରତୀୟ ଟିମରେ ଚାରି ନମ୍ବରରେ ଖେଳିବା କଥା ଚିନ୍ତା କରି ନିଜ ଉପରେ ଚାପ ପକାଇବାକୁ ଚାହୁଁନି । ମୁଁ ବୁଝୁଛି ଯେ ବ୍ୟାଟିଂ ଅର୍ଡର ଗୋଟିଏ ଟିମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ତେବେ ଭାରତୀୟ ଟିମ ପାଇଁ ମୁଁ ଯେକୌଣସି କ୍ରମରେ ବ୍ୟାଟିଂ କରିବା ପାଇଁ ପ୍ରସ୍ତୁତ ।’ ବୋଲି ରାଜସ୍ଥାନ ରୟାଲ୍ସ ପାଇଁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାହାଣେ ।
ରାଜସ୍ଥାନ ରୟାଲ୍ସରେ ଷ୍ଟିଭ ସ୍ମିଥ ଫେରିଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି ରୟାସ୍ସ କ୍ୟାପ୍ଟେନ । ସେ ଜଣେ ବହୁତ ଭଲ ଖେଳାଳି ତାଙ୍କୁ ନିଜ ଟିମରେ ପାଇବା ସବୁବେଳେ ଲାଭଦାୟକ ହୁଏ । ସ୍ମିଥ ଜାଣିନ୍ତି ମ୍ୟାଚ କିପରି ଜିତିବାକୁ ହୁଏ । ବୋଲି କହିଛନ୍ତି ରାହାଣେ ।