ମୁମ୍ବାଇ: ବ୍ୟାଟିଂକ୍ରମକୁ ନେଇ ମୁହଁ ଖୋଲିଲେ ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର । ମ୍ୟାଚର ପରିସ୍ଥିତି ଓ ଟିମର ଆବଶ୍ୟକତା ଅନୁଯାୟୀ ଯେ କୌଣସି ସ୍ଥାନରେ ବ୍ୟାଟିଂ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଆୟର ।
ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆୟୋଜିତ ଇନଷ୍ଟାଗ୍ରାମ ଲାଇଭ ଶୋରେ ଏମିତି କିଛି କହିଛନ୍ତି ଆୟର ।
ଭାରତୀୟ ଦଳରେ ମଧ୍ୟକ୍ରମରେ 4ନଂ ସ୍ଥାନରେ ବ୍ୟାଟିଂ ନେଇ ଅନେକ ଚର୍ଚ୍ଚା ହୋଇଛି । ଏକାଧିକ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଏହି ସ୍ଥାନରେ ବ୍ୟାଟିଂ ପାଇଁ ପରୀକ୍ଷା କରିଛି ଟିମ ମ୍ୟାନେଜମେଣ୍ଟ । ତେବେ ଏହି ସ୍ଥାନ ଏବେବି ଅସୁରକ୍ଷିତ ରହିଛି । 2019 କ୍ରିକେଟ ବିଶ୍ବକପରେ ଟିମ ଇଣ୍ଡିଆର ଟପ୍ ଅର୍ଡରର ପ୍ରଭାବି ପ୍ରଦର୍ଶନ ଯୋଗୁଁ 4 ନଂ ସ୍ଥାନ ନେଇ ପ୍ରଶ୍ନ ଉଠିନଥିଲା । ମାତ୍ର ଯେଉଁ ମ୍ୟାଚରେ ଟପ୍ ଅର୍ଡର ଫେଲ ହୋଇଥିଲେ, ମଧ୍ୟକ୍ରମ ବ୍ୟାଟିଂ ପରାଜୟର କାରଣ ଦେଖାଯାଇଥିଲା । ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ 4 ନଂ ସ୍ଥାନରେ ବ୍ୟାଟିଂ ପାଇଁ 2019 ବିଶ୍ବକପରେ ସୁଯୋଗ ମିଳିଥିଲା । ମ୍ୟାତ୍ର ଏହି ସ୍ଥାନରେ ସୁରକ୍ଷିତ ନହେବା କାରଣରୁ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହେବାକୁ ପଡିଥିଲା ।
ତେବେ ପରେ ଶ୍ରେୟସ ଆୟର 4 ନଂ ସ୍ଥାନରେ ବ୍ୟାଟିଂ କରି ଟିମ ମ୍ୟାନେଜମେଣ୍ଟଙ୍କ ମନରେ ବିଶ୍ବାସ ସୃଷ୍ଟି କରିଛନ୍ତି । ଫଳରେ 4ନଂ ସ୍ଥାନ ଶ୍ରେୟସ ଆୟର ସୁରକ୍ଷିତ କରିପାରିବେ ବୋଲି ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ