ସିଡ୍ନୀ: ସୋସିଆଲ ମିଡିଆରେ ଏମିତି କିଛି ପୋଷ୍ଟ କରି ଅଡୁଆରେ ପଡି ଯାଇଛନ୍ତି ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଜେମ୍ସ ଫକନର । ଏବେ ଦେବାକୁ ପଡୁଛି ତାଙ୍କ ଲିଙ୍ଗ ଗତ ପରିଚୟ । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଟ୍ରୋଲ ହେବା ପରେ ମୁଁ ସମଲିଙ୍ଗୀ ନୁହେଁ ବୋଲି କହିଛନ୍ତି ଫକନର ।
'ମୁଁ ସମଲିଙ୍ଗୀ ନୁହେଁ' - confusion
ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଟ୍ରୋଲ ହେବା ପରେ ମୁଁ ସମଲିଙ୍ଗୀ ନୁହେଁ ବୋଲି କହିଛନ୍ତି ଫକନର ।
ତେବେ ଘଟଣାଟି ଏମିତି । ଫକ୍ନର ତାଙ୍କ ୨୯ତମ ଜନ୍ମଦିନ ଅବସରରେ ତାଙ୍କ ମା ଓ ଜଣେ ବନ୍ଧୁଙ୍କ ସହ ଡିନର କରିବାକୁ ଏକ ରେସ୍ତୋରାଁରେ ପହଞ୍ଚିଥିଲେ । ସେଠାରେ ଗୋଟେ ଫଟୋ ଉଠାଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଥିଲେ । ଯାହାର କ୍ୟାପସନରେ ଲେଖିଥିଲେ, ' ବର୍ଥଡେ ଡିନର ଉଇଥ ବୟଫ୍ରେଣ୍ଡ' । ଏଥି ସହିତ ହ୍ୟାସଟାଗରେ ଲେଖିଥିଲେ 'ଟୁଗେଦର ଫର 5ଇୟର ' । ଏହାପରେ ତାଙ୍କୁ ଟ୍ରୋଲ ହେବାକୁ ପଡିଥିଲା । କିଛି ପୂର୍ବତନ କ୍ରିକେଟର ଫନି ଅନ୍ଦାଜରେ ତାଙ୍କୁ ଶୁଭେଚ୍ଛା ଜଣାଥିଲେ । କିଛି ୟୁଜର୍ସ ମଧ୍ୟ ସିଧା ସଳଖ ତାଙ୍କୁ ସମଲିଙ୍ଗୀ କହିଥିଲେ ।
ଫଳରେ ଏହି କନଫ୍ୟୁଜନରୁ ବର୍ତ୍ତିବା ପାଇଁ ଫକ୍ନର ଆଉ ଏକ ପୋଷ୍ଟ କରି ଜଣାଇଥିଲେ ଯେ, ସେ ସମଲିଙ୍ଗୀ ନୁହଁନ୍ତି । ତାଙ୍କ ଲେଖିବାର ଅର୍ଥ ଥିଲା, ସେ ତାଙ୍କର ରୁମ ମେଟ୍ । ସେ ହେଉଛନ୍ତି ତାଙ୍କର ଦୀର୍ଘ ଦିନର ବନ୍ଧୁ । ବୋଧେ ମୋ ପୋଷ୍ଟ ସହ କିଛି ଭୁଲ ବୁଝାମଣା ହୋଇଛି ।