ନୂଆଦିଲ୍ଲୀ:ଭାରତୀୟ ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ନିଜ କ୍ରିକେଟ କ୍ୟାରିୟରକୁ ନେଇ ବଡ ଖୁଲାସା କରିଛନ୍ତି । ପ୍ରଥମରୁ କେବଳ କ୍ରିକେଟ ଲଭର ଥିଲେ ବୋଲି କହିଛନ୍ତି ଅଶ୍ବିନ । ପରେ ପର ମୂହୂର୍ତ୍ତରେ ଆକ୍ସିଡେଣ୍ଟାଲ କ୍ରିକେଟର ବନିଯାଇଥିଲେ ବୋଲି କହିଛନ୍ତି ଅଶ୍ବିନ ।
ଭାରତୀୟ ଜର୍ସି ପିନ୍ଧି ଖେଳିବା କେବେ ଭାବନା ଭିତରେ ନଥିଲା । ମାତ୍ର କ୍ରିକେଟକୁ ଅଧିକ ଭଲପାଇବା ତାଙ୍କୁ କ୍ରିକେଟର ସଜେଇଦେଇଥିବା କହିଛନ୍ତି ଅଶ୍ବିନ । ଫିଲ୍ଡିଂ କୋଚ ଆର. ଶ୍ରୀଧରଙ୍କୁ ଅଶ୍ବିନ କହିଥିବା ଏହି ଭିଡିଓ ବାର୍ତ୍ତା ବିସିସିଆଇ ୱେବସାଇଟରେ ସ୍ଥାନ ପାଇଛି ।