ଓଡିଶା

odisha

ETV Bharat / sports

ସୋଏବ ଅଖତରଙ୍କ ନାମରେ ରାୱଲପିଣ୍ଡି ଷ୍ଟାଡିୟମ - ସୋଏବ ଅଖତର ଷ୍ଟାଡିୟମ

ରାୱଲପିଣ୍ଡିର କେଆରଏଲ୍‌ ଷ୍ଟାଡିୟମ ସୋଏବ ଅଖତର ଷ୍ଟାଡିୟମ ନାମରେ ନାମିତ । ଅଧିକ ପଢନ୍ତୁ...

Humbled and honoured: Shoaib Akhtar after Rawalpindi stadium is renamed after him
ସୋଏବ ଅଖତରଙ୍କ ନାମରେ ରାୱଲପିଣ୍ଡି ଷ୍ଟାଡିୟମ

By

Published : Mar 14, 2021, 7:42 PM IST

ହାଇଦ୍ରାବାଦ:ପାକିସ୍ତାନୀ କ୍ରିକେଟର ସୋଏବ ଅଖତରକୁ ନିଜ ସହରରେ ବଡ ସମ୍ମାନ । ପାକିସ୍ତାନ କ୍ରିକେଟକୁ ଅବଦାନ ପାଇଁ ଅଖତରଙ୍କୁ ମିଳିଲା ବଡ ସମ୍ମାନ । ରାୱଲପିଣ୍ଡିର କ୍ରିକେଟ ଅଧିକାରୀ, ରାୱଲପିଣ୍ଡିରେ ଥିବା କେଆରଏଲ ଷ୍ଟାଡିୟମର ନାମ ସୋଏବ ଅଖତରଙ୍କ ସମ୍ମାନରେ ତାଙ୍କ ନାମରେ ନାମିତ କରିଛନ୍ତି ।

ଏନେଇ ଶନିବାର ସ୍ଥାନୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଏହି ନିଷ୍ପତ୍ତିରେ ଅଖତର ନିଜକୁ 'କୃତଜ୍ଞ ଓ ସୌଭାଗ୍ୟଶାଳୀ' କରିବା ସହ ନିଶବ୍ଦ ବୋଲି କହିଛନ୍ତି । ଏଥିସହ ପ୍ରଶଂସକଙ୍କୁ ସମର୍ଥନ ଓ ଭଲପାଇବା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

'ରାୱଲପିଣ୍ଡି ଏକ୍ସପ୍ରେସ' ନାମରେ ନାମିତ ଅଖତର ପାକିସ୍ତାନ ପାଇଁ ବର୍ଷ 1997ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ଏହାର 14 ବର୍ଷ ପରେ ବର୍ଷ 2011ରେ ଆନୁଷ୍ଠାନିକ ଭାବେ ସନ୍ୟାସ ଘୋଷଣା କରିଥିଲେ ।

ଅଖତର ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ 46ଟି ଟେଷ୍ଟ, 163ଟି ଦିନିକିଆ ଓ 15ଟି ଟି20 ମ୍ୟାଚ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details