ଓଡିଶା

odisha

ETV Bharat / sports

‘ଧୋନିଙ୍କୁ ସବ୍ବୀର କହିଥିଲେ ‘ଆଜି ଆଉଟ କରି ପାରିବନି’ - ଧୋନିଙ୍କ ଷ୍ଟମ୍ପିଂ

2016 ଟି-20 ବିଶ୍ବକପରେ, ଧୋନି ବାଂଲାଦେଶ ବ୍ୟାଟ୍ସମ୍ୟାନ ସବ୍ବୀର ରହମାନଙ୍କୁ ଷ୍ଟମ୍ପିଂ କରି ଆଉଟ କରିଥିଲେ । କିନ୍ତୁ 2019ରେ ଧୋନିଙ୍କୁ ଏହି ସୁଯୋଗ ଦେଲେନି ସବ୍ବୀର । ଅଧିକ ପଢ଼ନ୍ତୁ...

Sabbir Rahman avoided being stumped, India vs Bangladesh,   World Cup 2019 match, ଆଜି ଆଉଟ କରି ପାରିବନି, ଧୋନିଙ୍କ ଷ୍ଟମ୍ପିଂ, ସବ୍ବୀର ରହମାନ
‘ଧୋନିଙ୍କୁ ସବ୍ବୀର କହିଥିଲେ ‘ଆଜି ଆଉଟ କରି ପାରିବନି’

By

Published : May 16, 2020, 9:59 PM IST

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଆଧୁନିକ କ୍ରିକେଟର ଶ୍ରେଷ୍ଠ ୱିକେଟ କିପର ଭାବେ ବିବେଚିତ କରାଯାଏ । ଷ୍ଟମ୍ସ ପଛରେ ଠିଆ ହୋଇ ଧୋନି କ୍ବିକ ଷ୍ଟମ୍ପିଂ ଓ ବିଚକ୍ଷଣ କ୍ୟାଚ ନେଇଛନ୍ତି । କିପର ଭାବେ ଧୋନିଙ୍କ ବିଚକ୍ଷଣ ପ୍ରଦର୍ଶନ ଯୋଗୁଁ ଭାରତ ଅନେକ ଥର ମ୍ୟାଚ ଜିତାଇଛନ୍ତି ।

2016 ଟି-20 ବିଶ୍ବକପରେ, ଧୋନି ବାଂଲାଦେଶ ବ୍ୟାଟ୍ସମ୍ୟାନ ସବ୍ବୀର ରହମାନଙ୍କୁ ଷ୍ଟମ୍ପିଂ କରି ଆଉଟ କରିଥିଲେ ଏବଂ ମ୍ୟାଚକୁ ବଦଳାଇ ଦେଇଥିଲେ । ଆଉ ଭାରତ 1 ରନର ମ୍ୟାଚ ଯିତି ନେଇଥିଲା ।

2019 ବିଶ୍ବକପରେ ଗତ ବର୍ଷ ଶବ୍ବୀରଙ୍କୁ ଷ୍ଟମ୍ପିଂ କରି ଆଉଟ କରିବାର ଆଉ ଏକ ସୁଯୋଗ ପାଇଥିଲେ ଧୋନି । କିନ୍ତୁ ଏଥର ବେଶ ସଜାଗ ଥିଲେ ସବ୍ବୀର ।

ଯେତେବେଳେ ସବ୍ବୀର ଚହଲଙ୍କ ଏକ ଧୀମା ବଲରେ ବଡ ସଟ ଖେଳିବାକୁ କ୍ରିଜ ଆଗକୁ ବଢ଼ିଥିଲେ କିନ୍ତୁ ସେ ଆଗୁଆ ସଟ ଖେଳିବାରୁ ବଲ ତାଙ୍କ ବ୍ୟାଟ ତଳୁ ଗଳିଯାଇ ଧୋନିଙ୍କ ପାଖରେ ପହଁଞ୍ଚିଥିଲା ।

ତେବେ ଏନେଇ ସବ୍ବୀର କହିଛନ୍ତି, ‘‘ଧୋନି 2016 ବିଶ୍ବକପ ବେଳେ ବେଙ୍ଗାଲୁରୁ ଠାରେ ମତେ ଷ୍ଟମ୍ପିଂ କରି ଆଉଟ କରି ଦେଇଥିଲେ । ତେବେ ଗତବର୍ଷ ମଧ୍ୟ ବିଶ୍ବକପରେ ଏପରି ଏକ ସୁଯୋଗ ପାଇଥିଲେ । କିନ୍ତୁ ଏଥର ମୁଁ ସଜାଗ ହୋଇଯାଇଥିଲି ଆଉ କ୍ରିଜ ଭିତରକୁ ପାଦ ନେଇଯାଇଥିଲି ଆଉ ତାଙ୍କୁ କହିଥିଲେ ‘ଆଜି ନୁହେଁ’ ।

ଧୋନି କିପରି ବଡ ଛକା ମାରନ୍ତି ସେ ବିଷୟରେ ଯେତେବେଳେ ସବ୍ବୀର ତାଙ୍କୁ ପଚାରିଥିଲେ ସେ କଥା ମଧୟ ସେ ମନେ ପକାଇଥିଲେ । ‘‘ମୁଁ ତାଙ୍କୁ ପଚାରିଥିଲେ ଏତେ ବଡ ବଡ ଛକା ମାରିବାର ତାଙ୍କ ସିକ୍ରେଟ କଣ । ଧୋନି କହିଥିଲେ ଏହା କେବଳ ଆତ୍ମ ବିଶ୍ବାସର କଥା ।’’

“ମୁଁ ତାଙ୍କୁ କହିଥିଲି ଭାରତ ବିପକ୍ଷରେ ଖେଳିବା ବେଳେ ମତେ ତାଙ୍କ ବ୍ୟାଟ ସେ ଦିଅନ୍ତୁ । ଧୋନି କହିଥିଲେ ଯେ ସେ ମୋତେ ତାଙ୍କ ବ୍ୟାଟ ଦେଇପାରିବେ କିନ୍ତୁ ମୁଁ ଭାରତ ବିପକ୍ଷ ମ୍ୟାଚରେ ଏହାକୁ ବ୍ୟବହାର କରିପାରିବି ନାହିଁ । ମୁଁ ଏହା ସହ ଅନ୍ୟ ଦଳ ବିପକ୍ଷରେ ଖେଳିପାରେ ବୋଲି ସେ କହିଥିଲେ ।’’

ABOUT THE AUTHOR

...view details