ଓଡିଶା

odisha

ETV Bharat / sports

ଶ୍ରୀଲଙ୍କା ବନାମ ଭାରତ: ବିରାଟ ବାହିନୀ ସପକ୍ଷରେ ଇତିହାସ, ଗଣିତ - India Sri Lanka T20I series

ରବିବାର ଠାରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ଟି20 ସିରିଜ।ପ୍ରଦର୍ଶନ ଦୃଷ୍ଟିରୁ ଭାରତ, ଶ୍ରୀଲଙ୍କାଠାରୁ ଢେର ଆଗରେ ରହିଛି। ଭାରତ ସହିତ ବିଜୟର ଗଣିତ ସହ ରେକର୍ଡର ଇତିହାସ ରହିଛି। ଅଧିକ ପଢନ୍ତୁ...

India  T20I series against Sri Lanka
ଶ୍ରୀଲଙ୍କା ବନାମ ଭାରତ

By

Published : Jan 4, 2020, 10:30 PM IST

ଗୌହାଟୀ: ରବିବାର ପୁଣି ପଡିଆରେ ଜଲୱା ଦେଖାଇବ ବିରାଟ ବିଗ୍ରେଡ। ସିଂହଳ ଟିମ ବିପକ୍ଷରେ 2020 ବର୍ଷର ପ୍ରଥମ ମ୍ୟାଚ ଖେଳିବ ଭାରତ। ନୂଆ ବର୍ଷରେ ନୂଆ ଜୋଶ ସହିତ ପଡିଆକୁ ଓହ୍ଲାଇବ ଦଳ। ଶ୍ରେଷ୍ଠ ପ୍ରଦର୍ଶନ ବଳରେ ବିଜୟ ଅଭିଯାନ ଜାରି ରଖିବା ଟିମ ଇଣ୍ଡିଆର ମୁଖ୍ୟ ଲକ୍ଷ୍ୟ ହେବ।

ପ୍ରଦର୍ଶନ ଦୃଷ୍ଟିରୁ ଭାରତ, ଶ୍ରୀଲଙ୍କା ଠାରୁ ଢେର ଆଗରେ ରହିଛି। ଭାରତ ସହିତ ବିଜୟର ଗଣିତ ସହ ରେକର୍ଡର ଇତିହାସ ରହିଛି । ଭାରତ ବିପକ୍ଷରେ ଶ୍ରୀଲଙ୍କା ଶେଷଥର 2015-16ରେ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜର ଏକ ମ୍ୟାଚ ଜିତିଥିଲା । ଏହାପୂର୍ବରୁ 2009-10ରେ ଶ୍ରୀଲଙ୍କା ଗୋଟିଏ ଟି20 ମ୍ୟାଚ ଜିତି 1-1ରେ ସିରିଜ ଡ୍ର କରିଥିଲା।


ନଜର ପକାନ୍ତୁ 2016 ଟି20 ବିଶ୍ବକପ ପରେ ଭାରତ-ଶ୍ରୀଲଙ୍କା ମଧ୍ୟରେ କିଛି ରେକର୍ଡ ଉପରେ...


2016 ଟି20 ବିଶ୍ବକପ ପରେ ଭାରତ 19ଟି ଦ୍ବିପାକ୍ଷିକ ସିରିଜ ଖେଳିଛି। ସେଥିମଧ୍ୟରୁ 12ଟିରେ ବିଜୟୀ ହୋଇଛି । 3ଟି ସିରିଜ ଅମୀମାଂସିତ ଭାବେ ଶେଷ ହୋଇଛି । ଭାରତୀୟ ଦଳ ମୋଟ 50 ଟି ଟି20 ମ୍ୟାଚ ଖେଳିଛି । ସେଥିମଧ୍ୟରୁ 30ଟିରେ ଦଳକୁ ବିଜୟ ମିଳିଛି ।

ଅନ୍ୟପଟେ ଶ୍ରୀଲଙ୍କା 2016 ଟି20 ବିଶ୍ବକପ ପରେ 16ଟି ଟି 20 ସିରିଜ ଖେଳିଛି । ସେଥିମଧ୍ୟରୁ ମାତ୍ର 5ଟିରେ ଦଳକୁ ବିଜୟ ମିଳିଛି। ଖେଳି ଥିବା ମୋଟ 45ଟି ଟି20 ମ୍ୟାଚ(ଦ୍ବିପାକ୍ଷିକ ସିରିଜ ଅନ୍ତର୍ଭୁକ୍ତ)ରୁ ମାତ୍ର 12ଟିରେ ବିଜୟୀ ହୋଇଛି ।

ନିକଟ ଅତୀତରେ ଅଷ୍ଟ୍ରେଲିଆଠାରୁ 3-0ରେ ସିରିଜ ହାରିଛି ଶ୍ରୀଲଙ୍କା। ପାକିସ୍ତାନକୁ 3-0 ରେ ଧୂଳି ଚଟାଇଥିଲା ମାଲିଙ୍କା ସେନା। ଅନ୍ୟପଟେ ବାଂଲାଦେଶ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜକୁ ଟି20 ସିରିଜରେ ମାତ ଦେଇ ଫର୍ମରେ ରହିଛି ବିରାଟ ବାହିନୀ। ଆଗାମୀ ସିରିଜରେ ଉଭୟ ଟିମ ମଧ୍ୟରେ ଜୋରଦାର ଟକ୍କର ହେବ ବୋଲି ଆଶା କରାଯାଉଛି । ବିଶେଷ କରି ବୁମରା ଓ ମାଲିଙ୍କା ଘାତକ ୟର୍କର ଦେଖିବାକୁ ମିଳିପାରେ । କ୍ୟାପଟେନ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ ନିଜ ଦମଦାର ରେକର୍ଡକୁ ବଜାୟ ରଖିପାରନ୍ତି।

ABOUT THE AUTHOR

...view details