ରାଞ୍ଚି: 10 ବର୍ଷ ପୂର୍ବରୁ ସେ ତାଙ୍କର ଲମ୍ବା ହେୟାର ଷ୍ଟାଇଲ ବଦଳାଇ ଦେଇ ଛୋଟ ଚୁଟି କରି ଦେଇଥିଲେ । 2011 ବିଶ୍ବକପ ପରେ ଲଣ୍ଡା ମଧ୍ୟ ହୋଇ ସଭିଙ୍କୁ ଚକିତ କରି ଦେଇଥିଲେ । ମଝିରେ ଦାଢ଼ି ରଖିଥିଲେ ପରେ ପୁଣି କ୍ଲିନ ଶେଭ କରି ନେଇଥିଲେ । ସେତେବେଳେ ହିଁ ଶେଷ ଥର ପାଇଁ କ୍ରିକେଟ ଜଗତ ଏମଏସ ଧୋନିଙ୍କୁ ଦେଖିଲା । ଆଉ ବର୍ତ୍ତମାନ ଧୋନିଙ୍କ ଏକ ଭାଇରାଲ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଫ୍ୟାନ୍ସ ।
ଏହି ଫଟୋରେ ଧୋନିଙ୍କର ଲମ୍ବା କେଶ ନଥିଲା, କିନ୍ତୁ ସେ ଟିକେ କ୍ଳାନ୍ତ ଦେଖାଯାଉଥିଲେ, କିଛି ମାତ୍ରାରେ ଫିକା ପଡିଯାଇଥିଲେ କିନ୍ତୁ ଯାହା ସଭିଙ୍କ ଆଖିରେ ପଡିଥିଲା ତାହା ହେଉଛି ତାଙ୍କ ଦାଢ଼ିର ଧୂସରତା । ଏହା ସାଧାରଣ ଲୁକ୍ ନଥିଲା, ଦାଢ଼ି ସବୁ ଧୂସର ଏବଂ ଧଳା ରଙ୍ଗର ରଙ୍ଗ ଥିଲା । ଏହି ଫଟୋ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ମଧ୍ୟରେ ବେଶ ପ୍ରଶ୍ନ ସୃଷ୍ଟି କରିଛି । କେତେକ ଭାରତର ପୂର୍ବତନ ଅଧିନାୟକଙ୍କ ବୟସ ଉପରେ ମଧ୍ୟ ପ୍ରଶ୍ନ କରିଥିଲେ।
ତେବେ ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଧୋନିଙ୍କ ମା ଦେବକୀ ଦେବୀ କହିଛନ୍ତି ଯେ, ତାଙ୍କ ପୁଅ ଏତେ ବୟସ୍କ ନୁହଁନ୍ତି ଯେମିତି କେତେକ ସୋସିଆଲ ମିଡିଆରେ ଲୋକ ମନ୍ତବ୍ୟ ଦେଉଛନ୍ତି । “ହଁ, ମୁଁ ତାଙ୍କର ନୂଆ ଲୁକ ଦେଖିଛି କିନ୍ତୁ ସେ ସେତେ ବୟସ୍କ ନୁହେଁ । କୌଣସି ଶିଶୁ ତା ମା ପାଇଁ କେବେ ବି ବୁଢ଼ା ହୁଅନ୍ତି ନାହିଁ,’’ ବୋଲି ଧୋନିଙ୍କ ମା କହିଛନ୍ତି।