ପୁନେ: ଭାରତ ଟେଷ୍ଟ ଓ ଟି20 ସିରିଜ ଜିତିବା ପରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ମଧ୍ୟ 2-1ରେ ଜିତିନେଇଛି । ସମସ୍ତ ତିନୋଟି ଫର୍ମାଟରେ ଇଂଲଣ୍ଡକୁ ହରାଇବା ପରେ କୋଚ ରବି ଶାସ୍ତ୍ରୀ ଟ୍ବିଟ ଯୋଗେ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । "ବିଶ୍ବର ସର୍ବଶ୍ରେଷ୍ଠ ଟିମ ବିପକ୍ଷରେ ସମସ୍ତ ଫର୍ମାଟରେ ସ୍ମରଣୀୟ ପ୍ରଦର୍ଶନ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା ।" ଟ୍ବିଟରେ ଏହା ଲେଖିଛନ୍ତି ଶାସ୍ତ୍ରୀ ।
ଅଧିକାଂଶ ଭାରତୀୟ ଖେଳାଳି ଗତବର୍ଷ ସେପ୍ଟେମ୍ବରରେ ଆଇପିଏଲ ଆରମ୍ଭ ହେବାପରଠାରୁ ଜୈବ ସୁରକ୍ଷା ବଳୟରେ ରହିଛନ୍ତି । ଅଷ୍ଟ୍ରେଲିଆ ଗସ୍ତ ପରେ ଗୋଟିଏ ସପ୍ତାହ ପାଇଁ ଖେଳାଳିଙ୍କୁ ଛୁଟି ମିଳିଥିଲା । ଏହାପରେ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ଭାଗ ନେଇଥିଲେ ଭାରତୀୟ ଖେଳାଳି ।