ଓଡିଶା

odisha

ETV Bharat / sports

32 ବର୍ଷରେ କ୍ୟାପଟେନ ହରମନପ୍ରୀତ କୌର, କ୍ରିକେଟ ଜଗତ ଜଣାଇଲା ଶୁଭେଚ୍ଛା - 32 ବର୍ଷରେ ହରମନପ୍ରୀତ କୌର

ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପଟେନ ହରମନପ୍ରୀତ କୌର ସୋମବାର 32 ବର୍ଷରେ ପାଦ ଥାପିଛନ୍ତି । ଅଧିକ ପଢନ୍ତୁ...

Harmanpreet Kaur turns 32, cricket fraternity extends wishes
32 ବର୍ଷରେ କ୍ୟାପଟେନ ହରମନପ୍ରୀତ କୌର, କ୍ରିକେଟ ଜଗତ ଜଣାଇଲା ଶୁଭେଚ୍ଛା

By

Published : Mar 8, 2021, 10:08 PM IST

ହାଇଦ୍ରାବାଦ: ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପଟେନ ହରମନପ୍ରୀତ କୌର ସୋମବାର 32 ବର୍ଷରେ ପାଦ ଥାପିଛନ୍ତି । ଫଳରେ କ୍ରିକେଟ ଜଗତରୁ ଏହି ଷ୍ଟାର ଖେଳାଳିଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଓ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଟ୍ବିଟ ଯୋଗେ କୌରଙ୍କୁ ଶୁଭେଚ୍ଛା ଜଣାଇଛି । ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଓ ଇଂଲଣ୍ଡ କ୍ରିକେଟର କାଟେ କ୍ରସ ମଧ୍ୟ ହରମନପ୍ରୀତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରବିବାର ପଞ୍ଚମ ଭାରତୀୟ ମହିଳା ଖେଳାଳି ଭାବେ ଭାରତ ପାଇଁ 100 ଏକଦିବସୀୟ ମ୍ୟାଚ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଲକ୍ଷ୍ନୌରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ହରମନପ୍ରୀତ ଏହି ସଫଳତା ହାସଲ କରିଛନ୍ତି ।

ପୂର୍ବରୁ ମିତାଲି ରାଜ 210, ଝୁଲଣ ଗୋସ୍ବାମୀ 183 , ଅଞ୍ଜୁମ ଚୋପ୍ରା 127 ଓ ଅମିତା ଶର୍ମା 116 ମ୍ୟାଚ ଖେଳି 100ରୁ ଅଧିକ ଦିନିକିଆ ମ୍ୟାଚ ଖେଳିଥିବା ତାଲିକାରେ ରହିଛନ୍ତି ।

100 ଦିନିକିଆରୁ ହରମନପ୍ରୀତ 2,412 ରନ ସଂଗ୍ରହ କରିଛନ୍ତି । ଏଥିରେ 3ଟି ଶତକ ଓ 11ଟି ଅର୍ଦ୍ଧଶତକୀୟ ଇଂନିସ ରହିଛି । ଫଟାଫଟ କ୍ରିକେଟରେ କୌର ଭାରତର କ୍ୟାପଟେନ ରହିଥିବାବେଳେ 114ଟି ମ୍ୟାଚରୁ 2,186 ରନ ସଂଗ୍ରହ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details