ହାଇଦ୍ରାବାଦ: ବିଶ୍ବରେ କ୍ରିକେଟ ଏକ ଧର୍ମରେ ପରିଣତ ହୋଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପୁରୁଷ କ୍ରିକେଟ ସହ ମହିଳା କ୍ରିକେଟକୁ ମଧ୍ୟ ବିଶେଷ ଗୁରୁତ୍ବ ଦେବା ଆରମ୍ଭ କରିଛି । 2017 ମହିଳା ବିଶ୍ବକପରେ ଆଇସିସି ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଥିଲା । ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ବିଶ୍ବରେ ସବୁଠୁ ଧନୀ ବୋର୍ଡ। ବିଶ୍ବ କ୍ରିକେଟକୁ ଭାରତୀୟ କ୍ରିକେଟର ବିଶେଷ ଅବଦାନ ରହିଛି । କ୍ରିକେଟର ଆଲୋଚନା ବେଳେ, ଏକାଧିକ ଭାରତୀୟ କ୍ରିକେଟରଙ୍କ ନାମ ବିଚାରକୁ ନିଆଯାଇଥାଏ । ତେବେ ସମୟ ବଦଳିବା ସହ ଭାରତରେ ମହିଳା କ୍ରିକେଟ ମଧ୍ୟ ସେହି ମାତ୍ରାରେ ଗ୍ରହଣୀୟ ହୋଇଛି । ମହିଳା ଭାରତୀୟ କ୍ରିକେଟ ଦଳର ବର୍ତ୍ତମାନର କ୍ୟାପଟେନ ହରମନପ୍ରିତ କୌର 2017 ଆଇସିସି ମହିଳା ବିଶ୍ବକପ ସେମିଫାଇନାଲରେ ଖେଳିଥିବା ଇଂନିସକୁ ନେଇ କ୍ରିକେଟ ବିଚାରକ ଚର୍ଚ୍ଚା କରନ୍ତି। 115 ବଲରୁ 20 ଚୌକା ଓ 7 ଛକା ସହାୟତାରେ 171 ରନର ଇଂନିସ ଖେଳିଥିଲେ ହରମନପ୍ରିତ ।
ଏହି ହରମନପ୍ରିତଙ୍କ ଏହି ଇଂନିସ ପରେ ଭାରତୀୟ ମହିଳା କ୍ରିକେଟକୁ ନୂଆ ଦିଶା ମିଳିଥିଲା । ମିତାଲି ରାଜେଙ୍କ ନେତୃତ୍ବରେ ଭାରତୀୟ ମହିଳା ଦଳ 2017 ବିଶ୍ବକପ ଖେଳିଥିଲା । ସେମିଫାଇନାଲ ମୁକାବିଲା ପୂର୍ବରୁ ଅଷ୍ଟ୍ରେଲିଆର ବିଶ୍ବ ମାନ୍ୟତାର ଏକ ନମ୍ବର ଦଳ ଅଷ୍ଟ୍ରେଲିଆର ପଲ୍ଲା ଭାରୀ ରହିଥିଲା। ଏପରିକି ଗ୍ରୁପ ଷ୍ଟେଜରେ ମଧ୍ୟ ଭାରତ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା । ମାତ୍ର ଭାରତ ସେମି ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଥିଲା ।